ପୋଲିସ ଡିଜି ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ରାୟ

supreme court

ନୂଆଦିଲ୍ଲୀ: ଏଣିକି ରାଜ୍ୟ ସରକାର ସିଧାସଳଖ ପୋଲିସ ଡିଜି ନିଯୁକ୍ତ କରିପାରିବେ ନାହିଁ। ଡିଜିପିଙ୍କ ନାଁ ସର୍ଟଲିଷ୍ଟ କରିବ ୟୁପିଏସସି। ପୋଲିସ ଡିଜି ଅବସର ନେବାର ତିନି ମାସ ପୂର୍ବରୁ ଏସଂପର୍କରେ ଯୁପିଏସସିକୁ ରାଜ୍ୟ ସରକାର ଜଣାଇବେ। ଏଥିସହ ଡିଜିପି ପଦବୀ ପାଇଁ କିଛି ବରିଷ୍ଠ ପୋଲିସ ଅଫିସରଙ୍କ ନାଁ ରାଜ୍ୟ ସୁପାରିଶ କରିବ। ଏଥିମଧ୍ୟରୁ ୟୁପିଏସ୍ସି ତିନି ଜଣଙ୍କ ନାଁ ସର୍ଟଲିଷ୍ଟ କରିବ। ସେହି ତିନି ଜଣ ଅଫିସରଙ୍କ ମଧ୍ୟରୁ ଜଣଙ୍କୁ ରାଜ୍ୟ ସରକାର ଜଣଙ୍କୁ ପୋଲିସ ଡିଜିପି ଭାବେ ନିଯୁକ୍ତି ଦେବେ।

upsc ସେହିପରି ରାଜ୍ୟ ସରକାର କାର୍ୟ୍ୟକାରୀ ଡିଜିପି ନିଯୁକ୍ତ କରିପାରିବେ ନାହିଁ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। ଏକ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ରାଜ୍ୟ ସରକାର ରାଜନୈତିକ ଦୃଷ୍ଟିରୁ ନିଜକୁ ସୁହାଇବା ଭଳି ଅଫିସରଙ୍କୁ ଡିଜିପି ନିଯୁକ୍ତ କରୁଥିବା ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.