Categories: News

ଖରାଦିନ ଆରମ୍ଭରୁ ଦୟନୀୟ ପରିସ୍ଥିତି: ପାହାଡ ପର୍ବତ ଘେରା ଏହି ଗାଁରେ ଅଚଳ ନଳକୂପ, ଶୋଷ ମେଣ୍ଟାଉଛି ଚୁଆପାଣି

କାମାକ୍ଷାନଗର(କେନ୍ୟୁଜ): ଖରାଦିନ ଆରମ୍ଭରୁ ଦୟନୀୟ ପରିସ୍ଥିତି । ନଳକୂପ ଗୁଡିକ ଅଚଳ ହୋଇପଡିଛି । ଯାହାଫଳରେ ଚୁଆପାଣି ମେଣ୍ଟାଉଛି ଶୋଷ । ବସୁଦ୍ଧା ଯୋଜନାରେ ପ୍ରତ୍ୟେକ ଘରକୁ ଘର ଶୁଦ୍ଧ ପାନୀୟ ଜଳ ଦେବା ପାଇଁ ଯୋଜନା ରହିଥିବା ବେଳେ ବାସ୍ତବରେ ତାହା କେତେଦୂର ଲୋକଙ୍କ ପାଖରେ ପହଁଚି ପାରୁଛି ଏହି ଦୃଶ୍ୟକୁ ଦେଖିଲେ ଅନୁମାନ କରାଯାଇପାରିବ।

ଏ ହେଉଛି କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ପଂଚାୟତ ରଘୁଆବୋଲ ଗାଁ । ପାହାଡ ପର୍ବତ ଘେରା ଜଙ୍ଗଲିଆ ଗାଁ ଉପରେ ଆଜି ଯାଏଁ ସରକାରଙ୍କର ଶୁଭ ଦୃଷ୍ଟି ପଡି ପାରିନାହିଁ ।ଗାଁରେ ପ୍ରାୟ ୩୫ ପରିବାର ବସବାସ କରୁଥିବା ବେଳେ ଗାଁରେ ଥିବା ୪ଟି ନଳକୂପ ମଧ୍ୟରୁ ୩ଟି ଅଚଳ । ଆଉ ଯେଉଁ ଗୋଟିଏ ନଳକୂପ ଅଛି ସେଥିରୁ ମଧ୍ୟ ସଠିକ ଭାବରେ ପାଣି ବାହାରୁ ନାହିଁ ।

ଗାଁରେ ନାଁ ଅଛି ଗମନାଗମନ ପାଇଁ ସୁବିଧା ନାଁ ପିଇବା ପାଇଁ ପାନୀୟ ଜଳର ବ୍ୟବସ୍ଥା । ପୁରୁଷ ପୁରୁଷ ଧରି ଆଦିବାସୀ ସମ୍ପ୍ରଦାୟର ଲୋକେ ଏଠାରେ ରହୁଥିବା ବେଳେ ଏନେଇ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀ କେହି ତାଙ୍କ ଦୁଃଖ ଶୁଣୁନାହାନ୍ତି ।

ଖରାଦିନ ହେଲେ ନଳକୂପ ଓ ଚୁଆ ଶୁଖିଯିବାର ଭୟ ଘାରୁଥିବା ବେଳେ ବର୍ଷା ଦିନ ଆସିଲେ କାଦୁଅ ପଚପଚ ରାସ୍ତା ପାଇଁ ଏମାନେ ଘରୁ ବାହାରି ପାରନ୍ତି ନାହିଁ । ରାତି ପାହିଲେ ପାଣିମୁନ୍ଦେ ପାଇଁ ଗାଁର ଛୁଆଠୁ ବଡ଼ ପର୍ଯ୍ୟନ୍ତ ସଭିଏଁ ପାଣି ଟୋପେ ପାଇଁ ମାଇଲିଏ ଦୂରରେ ଥିବା ଚୁଆକୁ ଧାଇଁଥାନ୍ତି। ବାଲଟି, ଗରା, ବେଲା, ନୋଟା ସାହାଯ୍ୟରେ ପାଣି ଆଣିବା ପାଇଁ ଲମ୍ବା ଧାଡ଼ି ଲଗାଇ ସମସ୍ତେ ଛୁଟିଥା’ନ୍ତି ଗାଁ ଠାରୁ ପ୍ରାୟ ୧କିମି ଦୂର ନାଳର ଦୂଷିତ ଚୁଆ ସଂଗ୍ରହ କରିବାକୁ ।

ଗ୍ରାମର ଲୋକମାନେ କୁହନ୍ତି ଯାହାକୁ ଯେତେ ଦାବି ଆପତ୍ତି କଲେ ମଧ୍ୟ କେହି ଦୃଷ୍ଟି ଦେଉନାହାନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ସେମାନଙ୍କର ଯଦି ଜଳ ସମସ୍ୟା ସମାଧାନ କରାନଯାଏ ତାହେଲେ ଭୋଟ ବର୍ଜନ କରିବେ । କାରଣ ଯଦି ସେମାନେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେବେ ତାହେଲେ ଭୋଟ ଦେଇ ଲାଭ କଣ? ଏହା ସହିତ ଖୁବଶୀଘ୍ର ଏହାକୁ ନେଇ ଗାଁର ଲୋକମାନେ ଜନ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଏହି ଖବର ଉପରେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କୁ ପଚାରିବାରୁ ସେ କହିଲେ ଆମଠାରୁ ଖବର ପାଇଲେ ତୁରନ୍ତ ଏହାର ସମାଧାନ କରିବା ପାଇଁ ଜଳ ଯୋଗାଣ ବିଭାଗର ଅଧୀକାରିଙ୍କୁ କହିବେ । ଗାଁର ଲୋକମାନେ କିପରି ସଠିକ ଭାବରେ ପାଣି ପାଇବେ ତାର ତ୍ୱରିତ ବ୍ୟବସ୍ଥା କରାଯିବ।

ସରକାରଙ୍କ ସମସ୍ତ ଯୋଜନା ଜନସାଧାରଣ ପାଇଁ ସୁବିଧା ପାଇଁ ପ୍ରଣୟନ କରାଯାଉଥିବା ବେଳେ ,ସ୍ଥାନିୟ ରାଜନେତା ଓ ପ୍ରଶାଶନର ଅବହେଳା ଯୋଗୁ ଗ୍ରାମବାସି ମାନେ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ଖରା ଦିନର ଆରମ୍ଭରୁ ଏଭଳିଆ ଅବସ୍ଥା ଦେଖାଗଲାଣି ଆଗକୁ ଅବସ୍ଥା ଅସମ୍ଭାଳ ହେବ ତେଣୁ ବିଭାଗ ତରଫରୁ ଏହା ଉପରେ ଦୃଷ୍ଟି ଦେବା ନିହାତି ଆବଶ୍ୟକ ହୋଇ ପଡିଛି ।

 

Sonalisa

Recent Posts

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

3 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

17 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago