ଶମ୍ଭୁ ବର୍ଡରରେ ଚାଷୀ ଆନ୍ଦୋଳନରେ ସାମିଲ ହେଲେ ଭିନେଶ ଫୋଗାଟ, କହିଲେ ସଂଘର୍ଷ କେବେ ବେକାର ଯିବନି

ଶମ୍ଭୁ ସୀମାରେ ହେଉଥିବା ଚାଷୀ ଆନ୍ଦୋଳନ ୨୦୦ ଦିନ ପୂରଣ ଅବସରରେ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ସେମାନଙ୍କ ନିକଟରେ ପହଞ୍ଚିଛନ୍ତି । ଚାଷୀ ଆନ୍ଦୋଳନରେ ପହଞ୍ଚି କୃଷକମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ।
ଭିନଶେ କହିଛନ୍ତି, ୨୦୦ ଦିନ ହେଲାଣି ଆପଣମାନେ ଏଠାରେ ବସିଛନ୍ତି, ଏହା ଦେଖି ବହୁତ ଦୁଃଖ ଲାଗୁଛି । ଆପଣମାନେ ଏ ଦେଶର ନାଗରିକ । ଦେଶକୁ କୃଷକ ଚଳାନ୍ତି । ଆପଣଙ୍କ ବିନା କିଛି ବି ସମ୍ଭବ ନୁହେଁ, ଆଥଲେଟ ମଧ୍ୟ ନୁହେଁ । ଯଦି ଆପଣମାନେ ଆମକୁ ଖାଇବାକୁ ଯୋଗାଇବେ ନାହିଁ, ତେବେ ଆମେ କିଭଳି ଲଢିବୁ । ଅନେକ ଥର ମଣିଷ ଅସହାୟ ହୋଇପଡେ, ଆଉ କିଛି କରିପାରେ ନାହିଁ । ଆମେ ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ପ୍ରତିନିଧିତ୍ୱ କରୁଛି କିନ୍ତୁ ନିଜ ପରିବାର ପାଇଁ କିଛି କରିପାରୁନାହିଁ । ଆମେ ଦୁଃଖିତ ଥିଲେ ମଧ୍ୟ କିଛି କରିପାରୁନାହୁଁ । ମୁଁ ସରକାରଙ୍କୁ ନିବେଦନ କରିବି ଆପଣଙ୍କ କଥା ଶୁଣିବା ।
ଚାଷୀମାନେ ଦୀର୍ଘ ଦିନ ଧରି ଏଠାରେ ବସି ନିଜର ଅଧିକାର ପାଇଁ ଲଢେଇ କରୁଛନ୍ତି । ଏତେ ଦିନ ଆନ୍ଦୋଳନରେ ବସିବା ସତ୍ତ୍ୱେ ସେମାନଙ୍କର ଧୈର୍ଯ୍ୟ ଏବଂ ନିଷ୍ଠା ଦେଖି ଯେମିତି ଆଜି ଆନ୍ଦୋଳନ ଆରମ୍ଭ ହୋଇଥିବା ପରି ମନେ ହେଉଛି । କିନ୍ତୁ ଦୀର୍ଘ ଦିନ ଆନ୍ଦୋଳନରେ ବସିବା ପରେ ଆତ୍ମବିଶ୍ୱାସ ଚାଲିଯାଏ । କିନ୍ତୁ ସଂଘର୍ଷ କେବେ ବେକାର ଯାଏନି, ନିଶ୍ଚୟ ଫଳପ୍ରଦ ହେବ । ଚାଷୀ ପରିବାରରେ ଜନ୍ମ ହୋଇଥିବାରୁ ନିଜକୁ ଗର୍ବିତ ମନେ କରିଛନ୍ତି । ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି, ଆପଣମାନଙ୍କର ଦାବି ପୂରଣ ହେଉ ଏବଂ ଆପଣମାନେ ଅଧିକାର ନ ନେଇ ଫେରନ୍ତୁ ନାହିଁ ।
ସୂଚନାଯୋଗ୍ୟ, ସମସ୍ତ ଫସଲ ପାଇଁ ର୍ସବନିମ୍ନ ସହାୟତା ମୂଲ୍ୟ (ଏମଏସପି) ପାଇଁ ଏକ ଆଇନଗତ ଗ୍ୟାରେଣ୍ଟି ସହ ଅନ୍ୟାନ୍ୟ ଦାବି ନେଇ ଫେବୃଆରୀ ୧୩ରେ ହଜାର ହଜାର ଚାଷୀ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ ସମୋନଙ୍କୁ ଦିଲ୍ଲୀକୁ ପ୍ରବଶେ ଅନୁମତି ନ ମିଳିବାରୁ ସେମାନେ ଶମ୍ଭୁ ସୀମାରେ ଆନ୍ଦୋଳନରତ ରହିଛନ୍ତି ।
ତେବେ ଭିନେଶ ମଧ୍ୟ ଗତବର୍ଷ ଜାନୁଆରୀରେ ଅନ୍ୟ ଯୋଦ୍ଧାଙ୍କ ସହିତ ବ୍ରଜଭୂଷଣ ସିଂହଙ୍କ ବିପକ୍ଷରେ ଆନ୍ଦୋଳନ କରି ଧାରଣାରେ ବସିଥିଲେ । ବ୍ରିଜଭୂଷଣଙ୍କ ଉପରେ ଯୌନ ଶୋଷଣ ଭଳି ଗମ୍ଭୀର ଅଭିଯୋଗ ଲାଗିଥିଲା ।
ପ୍ୟାରିସ ଅଲିମ୍ପିକ୍ସରେ କୁସ୍ତିଯୋଦ୍ଧା ଫାଇନାଲରେ ଭିନେଶଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ମାତ୍ର ୧୦୦ ଓଜନ ଅଧିକ ଯୋଗୁଁ ଅଲିମ୍ପିକ୍ସରୁ ଅଯୋଗ୍ୟ ହୋଇ ଖେଳିପାରିନଥିଲେ ଭିନେଶ । ଏହାପରେ ଖାଲି ହାତରେ ଫେରିଥିବା ଭିନେଶ କୁସ୍ତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଥିଲେ ।