ବକ୍ସ ଅଫିସରେ ଦମଦାର ଭାବେ ଚାଲିଛି ହ୍ରୀତିକ ରୋଶନ ଓ ଟାଇଗର ସ୍ରଫ୍‌ ଅଭିନୀତ ‘ୱାର’, ଭାଙ୍ଗିଲାଣି ୮ ରେକର୍ଡ

ହ୍ରୀତିକ ରୋଶନ ଓ ଟାଇଗର ସ୍ରଫ୍‌ ଅଭିନୀତ ଫିଲ୍ମ ‘ୱାର’ ବକ୍ସ ଅଫିସରେ ଦମଦାର ଭାବେ ଚାଲିଛି । ରିଲିଜ ହେବାର ପ୍ରଥମ ଦିନରେ ଏହି ସିନେମା ବାହୁବଳୀ ର ରେକର୍ଡ ଭାଙ୍ଗି ଦେଇଛି । ଏହା ସହ ଏହା ଆଉ ଏକ ନୂଆ ରେକର୍ଡ କରି ବାକୁ ଯାଉଛି । ୨ୟ ଦିନର କଲେକସନରୁ ଏ ବିଷୟରେ  ସୂଚନା ମିଳିଛି । ପ୍ରଥମ ଦିନ ଅପେକ୍ଷା ୨ୟ ଦିନରେ କମ ଭିଡ ଜମିଥିଲେ ମଧ୍ୟ ଦର୍ଶକ ମାନେ ବେଶ ଉତ୍ସାହିତ ଅଛନ୍ତି । ଏହି ଦୁଇ ଷ୍ଟାର ମାନଙ୍କର ପ୍ରଶଂସକ ଭିଡ ଜମି ବାରେ ଲାଗିଛି । ବକ୍ସ ଅଫିସ କଲେକ୍ସନର ୱେବ ସାଇଟ ଅନୁସାରେ ଏହି ଫିଲ୍ମଟି ୨ୟ ଦିନରେ ୨୨ ରୁ ୨୩ କୋଟି ମଧ୍ୟରେ ବ୍ୟବସାୟ କରିଛି । ଯାହାକି ପ୍ରଥମ ଦିନ ତୁଳନାରେ ୫୫ ରୁ ୬୦ ପ୍ରତିଶତ କମିଛି ।

ଏହା ସହ ପଢନ୍ତୁ: ନବରାତ୍ରୀରେ ଲକ୍ଷ୍ମୀ ହେଲେ ଏହି ଅଭିନେତା ଏବଂ ସେୟାର କଲେ ଲକ୍ଷ୍ମୀ ବମ୍ବର ଫାଷ୍ଟ ଲୁକ୍‌ , ଚିହ୍ନନ୍ତୁ ତ କିଏ ଇଏ !

 

ଏହି ରିପୋର୍ଟ ଅନୁସାରେ ୱାର ଫିଲ୍ମ ଏବେ ପର୍ଯ୍ୟନ୍ତ ୭୪ କୋଟି ଟଙ୍କାର କଲେକ୍ସନ କରିସାରିଲେଣି । ଆଗକୁ ଶନିବାର ଓ ରବିବାର ଥିବା ବେଳେ ଅଧିକ ଭିଡ ଜମିବ ବୋଲି ଆଶା କରାଯାଉଛି । ଏହି ୩୮୦୦ ରୁ ଅଧିକ ସ୍କ୍ରିନରେ ରିଲିଜ ହୋଇଛି । ପ୍ରଥମ ଦିନରେ ହିନ୍ଦୀ ଭର୍ଜନରୁ ଏହା କେବଳ ୫୧.୫୦ କୋଟି ଟଙ୍କାର ବ୍ୟବସାୟ କରିଥିବା ବେଳେ ସବୁ ଭର୍ଜନକୁ ମିଶାଇଲେ ଏହା ୫୩.୩୫ କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାଯାଇଛି । ଏହି ଫିଲ୍ମଟି ପ୍ରଥମ ଦିନରେ ହିଁ ୮ ଟି ରେକର୍ଡ ଭାଙ୍ଗିଥିଲା । ଏହି ଫିଲ୍ମ ଟିରେ ଟାଇଗର ସରାଫ ଓ ହୃତ୍ଵିକନ ରୋଶନଙ୍କ ବ୍ୟତୀତ ବାଣୀ କପୁର ମଧ୍ୟ ଲିଡ଼ ରୋଲରେ ଅଛନ୍ତି । ୟସ ରାଜ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ଟିରେ ଅନ୍ତର୍ଜାତୀୟ ସ୍ତରର ସୁଟିଂ ହୋଇଥିବା ଜଣାଯାଇଛି । ଏହି ଫିଲ୍ମଟି ଆଦିତ୍ୟ ଚୋପ୍ରା ପ୍ରଡ୍ୟୁସ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.