ସାନଖେମୁଣ୍ଡିରେ ବୁଲୁଛି ମହାବଳ ବାଘ, ଗୃହପାଳିତ ପଶୁଙ୍କୁ କରୁଛି ଶିକାର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ନରସିଂହଗଡ଼ ଗାଁରେ ରେ । ଗଜପତି ଜିଲ୍ଲା ଢେପାଗୁଡା ପଂଚାୟତ କୃଷ୍ଣପୁର ଗାଁ ନିକଟରେ ଗାଈକୁ ବାଘ ମାରି ଖାଇଥିବା ଅଭିଯୋଗ ହୋଇଛି । ପାଦ ଚିହ୍ନ ମହାବଳ ବାଘର ବୋଲି ବନ ବିଭାଗ ଅନୁମାନ କରୁଛି। ଚନ୍ଦ୍ରଗିରି ରେଞ୍ଜର, ଫରେଷ୍ଟର ଓ ବନ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି l ବାଘ ଯାଇଥିବା ସ୍ଥାନ ବୁଲି ଦେଖିଛନ୍ତି । ବାଘକୁ ଟ୍ରାକ୍ କରିବାକୁ ୩ଟି ଟ୍ରାପ କ୍ୟାମେରା ଲଗାଯାଇଛି ।
ଏହାସହ ବାଘର ଗତିବିଧି ଜାଣିବା ପାଇଁ ବନ ବିଭାଗ ରେଞ୍ଜର ଅଫିସର, ଷ୍ଟାଫ ଜଗିରହିଥିଲେ । ପାଦ ଚିହ୍ନକୁ ଠାବ କରି ବାଘକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ତିନୋଟି ଟିମ୍ ଗଠନ ହୋଇଥିବା ବ୍ରହ୍ମପୁର ଫରେଷ୍ଟ୍ ଡିଭିଜନ୍ ର ଡ଼ିଏଫଓ ସନି ଖୋଖାର୍ ସୂଚନା ଦେଇଛନ୍ତି । ତେବେ ଲାଗିଥିବା ୩ଟି କ୍ୟାମେରାରେ କଏଦ ହୋଇଛି କି ନାହିଁ ପରେ ସ୍ପଷ୍ଟ ହେବ । ଏବେବି ଲୋକେ ଭୟଭୀତ ଅଛନ୍ତି । ସଂଧା ୬ଟାରୁ ସକାଳ ୬ଟା ଯାଏ ଲୋକମାନଙ୍କୁ ଘରୁ ନ ବାହାରିବାକୁ ନିବେଦନ କରାଯାଇଛି ।