Categories: News

ତିନିଟି ଯାକ ଜୋନ୍‌ରେ ଏସବୁ ବନ୍ଦ ରହିବ, କଣ ଖୋଲା ରହିବ ଜାଣନ୍ତୁ

କରୋନାର ମୁକାବିଲା ପାଇଁ ସେଠାକାର ସ୍ଥିତିକୁ ଦେଖି ଜିଲ୍ଲା ଗୁଡ଼ିକୁ ଗ୍ରୀନ୍‌, ରେଡ୍‌ ଓ ଅରେଞ୍ଜ୍‌ ଜୋନ୍‌ରେ ଭାଗ କରାଯାଇଛି । ତେବେ ତିନିଟି ଜୋନ୍‌ରେ କଣ ବନ୍ଦ ରହିବ ପ୍ରଥମେ ଆସନ୍ତୁୁ ଜାଣିବା ।
ଅନ୍ତର୍ଜାତୀୟ ଓ ଘରୋଇ ବିମାନ ସେବା, ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ, ଅନ୍ତଃରାଜ୍ୟ ବସ୍‌ ଚଳାଚଳ, ମେଟ୍ରୋ ରେଳ ସେବା । ସମସ୍ତ ଶିକ୍ଷାନୁଷ୍ଠାନ, ପ୍ରଶିକ୍ଷଣ କେନ୍ଦ୍ର ଓ କୋଚିଂ ସେଣ୍ଟର, ସିନେମା ହଲ୍‌, ସପିଂ ମଲ୍‌, ଜିମ୍‌ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ଥିଏଟର୍‌ ଆଦି ତିନିଟି ଯାକ ଜୋନ୍‌ରେ ବନ୍ଦ ରହିବ ।
ବାର୍‌, ଅଡିଟୋରିୟମ୍‌, ହୋଟେଲ, ରେଷ୍ଟୁରାଣ୍ଟ, ସାମାଜିକ, ରାଜନୈତିକ, କ୍ରୀଡ଼ା, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟ ଓ ସମାବେଶ ହେବ ନାହିଁ । ଧାର୍ମିକ ଅନୁଷ୍ଠାନକୁ ସର୍ବସାଧାରଣଙ୍କୁ ପ୍ରବେଶ ମନା । ରାତି ୭ରୁ ସକାଳ ୭ ଅଣଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ଯାତାୟାତ ବନ୍ଦ ରହିବ ।

ରେଡ୍‌ ଜୋନ୍‌ର କଣ୍ଟେନ୍‌ମେଣ୍ଟ ଏରିଆରେ କ’ଣ ବନ୍ଦ ରହିବ ?

ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ମେଡିକାଲ ସେବା ଛଡା ଅନ୍ୟ ପାଇଁ ଯାତାୟାତ ବନ୍ଦ ରହିବ । ହସ୍ପିଟାଲ ଓପିଡି ଓ କ୍ଲିନିକ୍‌ ଖୋଲିବ ନାହିଁ । ରେଡ୍‌ ଜୋନ୍‌ରେ ରିକ୍ସା, ଅଟୋ ଚଳାଚଳ, ଟ୍ୟାକ୍ସି, କ୍ୟାବ୍‌ ଚଳାଚଳ, ସାଲୁନ୍‌, ସ୍ପା ବନ୍ଦ ରହିବ ।

ରେଡ୍‌ ଜୋନ୍‌ରେ କ’ଣ କୋହଳ ହେବ ?

ଅନୁମତି ନେଇ ବାଇକ୍‌ ଓ ଚାରି ଚକିଆ ଯାନ ଚଳାଚଳ କରିବ । ଅନୁମତିରେ ସହରାଞ୍ଚଳରେ କିଛି ନିର୍ଦ୍ଦିଷ୍ଟ ଶିଳ୍ପ ସଂସ୍ଥା ଓ ଅନୁମତିରେ ଗ୍ରାମାଞ୍ଚଳରେ ସବୁ ପ୍ରକାର ଶିଳ୍ପ ଓ ନିର୍ମାଣ କାର୍ଯ୍ୟ ଚାଲିବ । ଗ୍ରାମାଞ୍ଚଳରେ ସପିଂ ମଲ୍‌ ଛଡା ସବୁ ଦୋକାନ ଖୋଲିବ । କୃଷି, ପଶୁପାଳନ ଓ ବୃକ୍ଷ ରୋପଣ କାର୍ଯ୍ୟ ହୋଇପାରିବ । ସମସ୍ତ ପ୍ରକାର ସ୍ୱାସ୍ଥ୍ୟ, ବ୍ୟାଙ୍କ ସମେତ ଆର୍ଥିକ କ୍ଷେତ୍ର, କୋରିଅର ଓ ପୋଷ୍ଟାଲ ସର୍ଭିସ କାମ ଚାଲିବ ।

ଅରେଞ୍ଜ ଜୋନ୍‌

ଅରେଞ୍ଜ ଜୋନ୍‌ରେ ଜିଲ୍ଲା ଭିତରେ କିମ୍ବା ଜିଲ୍ଲା ବାହାରକୁ ବସ୍‌ ଚଳାଚଳ ମନା । ଅନୁମତି ନେଇ ଟ୍ୟାକ୍ସି କିମ୍ବା କ୍ୟାବ୍‌ ଚାଲିବ । ଡ୍ରାଇଭରଙ୍କ ସହ ୨ ଜଣ ଯାଇପାରିବେ । ଅନୁମତିରେ ବାହାର ଜିଲ୍ଲାକୁ ଯାତାୟାତ କରିହେବ । ୪ ଚକିଆ ଗାଡିରେ ଡ୍ରାଇଭର ସମେତ ୨ ଜଣ ଯାତ୍ରୀ ଯାଇ ପାରିବେ । ସେହିପରି ବାଇକ୍‌ରେ ଚାଳକ ସମେତ ଅନ୍ୟ ଜଣେ ଯିବାକୁ ଅନୁମତି ଅଛି ।

ଗ୍ରୀନ୍‌ ଜୋନ୍‌

ସେହିପରି ଗ୍ରୀନ୍‌ ଜୋନ୍‌ରେ ୫୦ ପ୍ରତିଶତ ବସ୍‌ ଚଳାଚଳ କରିବ । ବସ୍‌ରେ ଯାତ୍ରୀ ପରିବହନ କ୍ଷମତା ୫୦% ହ୍ରାସ କରାଯିବ ।

KNews Bureau

Recent Posts

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

37 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

2 hours ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

2 hours ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

2 hours ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

2 hours ago