କେନ୍ଦ୍ରାପଡ଼ାରେ ପାସେଞ୍ଜର ଟ୍ରେନ ଚଳାଚଳ କେବେ ? କେନ୍ଦ୍ରକୁ ପ୍ରଶ୍ନ କଲା ବିଜେଡି

କେନ୍ଦ୍ରାପଡା(କେନ୍ୟୁଜ୍): କେନ୍ଦ୍ରାପଡ଼ାରେ ପାସେଞ୍ଜର ଟ୍ରେନ ଚଳାଚଳ କେବେ ? କେନ୍ଦ୍ରକୁ ଏହି ପ୍ରଶ୍ନ ପଚାରିଛି ବିଜେଡି । କେନ୍ଦ୍ରାପଡାରେ ରେଳ ପ୍ରସଙ୍ଗକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଉଦବେଗ ପ୍ରକାଶ କରିଛି ଦଳ । ହରିଦାସପୁର-ପାରାଦୀପ ରେଳପଥରେ ତୁରନ୍ତ ପାସେଞ୍ଜର ଟ୍ରେନ ଚଳାଚଳ କରିବାକୁ ଦାବି ହୋଇଛି। ଏହି ରେଳପଥରେ ମାଲବାହୀ ଟ୍ରେନ ଚଳାଚଳ କରୁଛି । ହେଲେ ବାରମ୍ବାର ଦାବି ସତ୍ତ୍ୱେ ବି ଏପର୍ଯ୍ୟନ୍ତ ପାସେଞ୍ଜର ଟ୍ରେନ ଚଳାଚଳ ନକରିବା ପରିତାପର ବିଷୟ ବୋଲି କହିଛି ବିଜେଡି ।

ଏହି ଲାଇନ୍‌ରେ ରେଳ ଚଳାଚଳ ନେଇ ପୂର୍ବତଟ ରେଳବାଇ ପକ୍ଷରୁ NOC ଦିଆଯାଇଛି । ପୂର୍ବାଞ୍ଚଳ ରେଳ ସୁରକ୍ଷା କମିଶନର ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି । ସମସ୍ତ ଔପଚାରିକତା ପୂରଣ ସତ୍ତ୍ୱେ ବି ଯାତ୍ରୀବାହୀ ଟ୍ରେନ୍‌ ଚାଲୁନି କାହିଁକି ବୋଲି ବିଜେଡି ପ୍ରଶ୍ନ କରିଛି। ଟ୍ରେନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ଲିଖିତ ଅନୁରୋଧ କରିଥିଲେ। ରାଜ୍ୟ ସରକାର ବିନା ମୂଲ୍ୟରେ ଜମି ଯୋଗାଇଦେଇଥିଲେ ।

ଟ୍ରେନ୍‌ ଚଳାଚଳରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଏହି ରେଳପଥରେ ଥିବା ସମସ୍ତ ୯ଟି ଷ୍ଟେସନ ନିର୍ମାଣ ସରିଛି। ପାସେଞ୍ଜର ଟ୍ରେନ୍‌ ଚଳାଚଳ ନେଇ ଅନ୍ଧାରରେ ରଖନ୍ତୁନି ବୋଲି କହିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ । କେବେ ସୁଦ୍ଧା ଟ୍ରେନ୍‌ ଚଳାଚଳ କରିବ ନିର୍ଦ୍ଦିଷ୍ଟ ଭାବେ ଜଣାନ୍ତୁ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.