ପାକିସ୍ତାନର ସବୁଠାରୁ ଧନୀ ହିନ୍ଦୁ କିଏ? ଜାଣନ୍ତୁ ତାଙ୍କର ନେଟୱର୍ଥ

ପାକିସ୍ତାନ ହେଉଛି ଭାରତର ଏକ ପଡ଼ୋଶୀ ଦେଶ । ଏହି ପଡ଼ୋଶୀ ଦେଶର ସବୁଠାରୁ କମ୍ ସଂଖ୍ୟକ ହିନ୍ଦୁ ଲୋକ ରୁହନ୍ତି । । ହଁ ଆଜ୍ଞା ପାକିସ୍ତାନ ବ୍ୟୁରୋ ଅଫ୍ ଷ୍ଟାଟିଷ୍ଟିକ୍ସ କିଛି ସପ୍ତାହ ପୂର୍ବରୁ ୨୦୨୩ ର ଡାଟା ରିଲିଜ୍ କରିଥିଲା । ଏହି ଅନୁସାରେ, ବର୍ତ୍ତମାନେ ପାକିସ୍ତାନରେ ପ୍ରାୟ ୫୨ ଲକ୍ଷ ହିନ୍ଦୁ ରହୁଛନ୍ତି । ଯାହା ସେଠାକାର ମୋଟ ଜନସଂଖ୍ୟା ହେଉଛି ୨.୧୭% । ପାକିସ୍ତାନରେ ରହୁଥିବା ଅଡ଼ିକାଂଶ ହିନ୍ଦୁ ସିନ୍ଧ ପ୍ରଦେଶରେ ଅଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ସିନ୍ଧରେ ହିନ୍ଦୁଙ୍କ ଜନସଂଖ୍ୟା ପ୍ରାୟ ୪୯ ଲକ୍ଷ । କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ପାକିସ୍ତାନର ସବୁଠାରୁ ଧନୀ ହିନ୍ଦୁ କିଏ? ତାଙ୍କର ଚାକିରି କ’ଣ ଏବଂ ତାଙ୍କର ମୋଟ୍ ସମ୍ପତ୍ତି କେତେ? ତେବେ ଆସନ୍ତୁ ଜାଣିବା ଏହି ଧନି ବ୍ୟକ୍ତଙ୍କର ନାମ ।

ଫ୍ୟାଶନ ଡିଜାଇନର ଦୀପକ ପରୱାନୀ :
ଏହି ଧନୀ ବ୍ୟାକ୍ତିଙ୍କର ନାମ ହେଉଛି ଦୀପକ ପରୱାନୀ । ଦୀପକ ପରୱାନି ଜଣେ ପ୍ରସିଦ୍ଧ ପାକିସ୍ତାନୀ ଫ୍ୟାଶନ୍ ଡିଜାଇନର୍ ଏବଂ ଅଭିନେତା । ସେ ୧୯୭୪ ମସିହାରେ ସିନ୍ଧ ପ୍ରଦେଶର ମିରପୁର ଖାସ୍ରେ ଏକ ସିନ୍ଧି ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୯୬ ମସିହାରେ ‘ଡିପି (ଦୀପକ ପେରୱାନି)’ ନାମକ ନିଜର ଫ୍ୟାଶନ୍ ହାଉସ୍ ଆରମ୍ଭ କରିଥିଲେ । ଯାହା ୟୁନିକ୍ ଡିଜାଇନ୍ ପୋଷାକ ପାଇଁ ବେସ୍ ଜଣାଶୁଣା । ତାଙ୍କ ଡିଜାଇନର ଅନନ୍ୟ ଶୈଳୀ ତାଙ୍କୁ କେବଳ ପାକିସ୍ତାନରେ ନୁହେଁ ବରଂ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଲୋକପ୍ରିୟ କରିଥିଲା । ହିନ୍ଦୁ ସିନ୍ଧି ସମ୍ପ୍ରଦାୟରୁ ଦୀପକଙ୍କୁ ପାକିସ୍ତାନୀ ଫ୍ୟାଶନ ଇଣ୍ଡଷ୍ଟ୍ରିର ସମସ୍ତ ବଡ ପୁରସ୍କାର ମଧ୍ୟ ମିଳିଛି । ତାଙ୍କର ସମ୍ପତ୍ତିର ମୂଲ୍ୟ ପ୍ରାୟ ୭୧ କୋଟି ଟଙ୍କା ।

ଏଥି ସହ ଜାଣିରଖନ୍ତୁ ଯେ ଦୀପକ ପେରୱାନିଙ୍କୁ ବିଶ୍ବ ଏବଂ ସ୍ଥାନୀୟ ସ୍ତରରେ ଅନେକ ପୁରସ୍କାରରେ ସମ୍ମାନୀତ କରାଯାଇଛି । ୨୦୧୪ ମସିହାରେ ତାଙ୍କୁ ବୁଲଗେରିଆନ୍ ଫ୍ୟାଶନ୍ ପୁରସ୍କାରରେ ବିଶ୍ବର ଷଷ୍ଠ ଶ୍ରେଷ୍ଠ ଫ୍ୟାଶନ୍ ଡିଜାଇନର୍ ଭାବରେ ଭୋଟ୍ ଦିଆଯାଇଥିଲା । ଏହା ପରେ ଜାଣିବା ତାଙ୍କର ସଫଳତା ବିଷୟରେ ।

ଦୀପକ ପେରିୱାନି ତାଙ୍କ କ୍ୟାରିଅରରେ ୭ଟି ଲକ୍ସ ଷ୍ଟାଇଲ୍ ପୁରସ୍କାର, ୫ଟି BFA ଏବଂ ଇଣ୍ଡସ ଷ୍ଟାଇଳ୍ ଗୁରୁ ପୁରସ୍କାର ଜିତିଛନ୍ତି । ସବୁଠାରୁ ଖାସ୍ କଥା ହେଉଛି ବିଶ୍ବର ସବୁଠାରୁ ବଡ଼ କୁର୍ତ୍ତା ତିଆରି ପାଇଁ ତାଙ୍କ ନାମ ବିଶ୍ବ ରେକର୍ଡରେ ପଞ୍ଜିକ୍ରୁତ ହୋଇଛି । ଏହି ରେକର୍ଡ ସମୟରେ ପରୱାନୀ ବହୁତ୍ ଚର୍ଚ୍ଚାରେ ଥିଲେ ।

୨୦୨୨ ମସିହାରେ ଏକ ରିପୋର୍ଟ ଅନୁସାରେ ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୭୧ କୋଟି ଟଙ୍କା ଥିଲା । ଏଥି ସହ ଆପଣଙ୍କୁ କହିରଖୁଛୁ ଯେ ତାଙ୍କ ସମ୍ପର୍କୀୟ ଭାଇ ନବୀନ ପେରୱାନି ଜଣେ ଇଣ୍ଟରସନେସନାଲ୍ ସ୍ନୁକର ଖେଳାଳି ଏବଂ ବହୁତ ଲୋକପ୍ରିୟ । ତାଙ୍କର ସମ୍ପତ୍ତି ପ୍ରାୟ ୬୦ କୋଟି ଟଙ୍କା ରହିଛି । ଏହା ସହିତ ତାଙ୍କୁ ପାକିସ୍ତାନର ସବୁଠାରୁ ଧନୀ ହିନ୍ଦୁଙ୍କ ମଧ୍ୟରେ ଗଣନା କରାଯାଏ ।