News

ରାତିରେ ଶବକୁ ଏକା ଛାଡିଲେ କଣ ହୋଇଥାଏ ଜାଣନ୍ତୁ

ସଂସାରରେ ଜନ୍ମ ଛି ତ ମୃତ୍ୟୁ ସୁନିଶ୍ଚିତ। କଥାରେ ଅଛି ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ । ତେଣୁ ଦୁନିଆଁରେ କିଛି ବି ମିଛ ହୋଇ ପାରେ ହେଲେ ମୃତ୍ୟୁ ନୁହେଁ । ତଥାପି ଜୀବନର ଏଇ ଶେଷ କଥାଟିକୁ ଆମେ ମନେ ରଖି ପାରୁନା, ଭୁଲି ଯାଉ । ଅବଶ୍ୟ ଆମେ ଏଠି ମୃତ୍ୟୁକୁ ନେଇ ନୁହେଁ ମୃତ୍ୟୁ ପରର କଥା କହିବାକୁ ଯାଉଛୁ । ମୃତ୍ୟୁ ପରେ ଶବ ସଂସ୍କାର ନେଇ ବିଭିନ୍ନ ଧର୍ମରେ ଭିନ୍ନ ଭିନ୍ନ ପ୍ରଥା ପରମ୍ପରା ରହିଥାଏ । ଯେମିତିକି ହିନ୍ଦୁ ଧର୍ମରେ ଶବକୁ ପୋଡ଼ି ଦିଆଯାଏ । ଖ୍ରୀଷ୍ଟ ଓ ମୁସଲମାନ ଧର୍ମରେ ଶବକୁ କବର ଦିଆଯାଇଥାଏ । କେତେକ ଜାଗାରେ କାହାର ମୃତ୍ୟୁ ଯଦି ସୂର୍ଯ୍ୟାସ୍ତ ପରେ ହୋଇଥାଏ, ତେବେ ତାଙ୍କର ଶବ ସତ୍କାର ତାପରଦିନ କରାଯାଏ, ରାତିରେ ନୁହେଁ। ତେବେ ଶବ ସଂସ୍କାର ଏବଂ ଅନ୍ତ୍ୟେଷ୍ଟି କ୍ରିୟାକୁ ନେଇ ବିଭିନ୍ନ ପ୍ରକାର ରୀତିନୀତି ରହିଥିଲେ ମଧ୍ୟ କିଛି କଥା ସବୁଠି ସମାନ ରହିଥାଏ । ଯେମିତିକି ମୃତଦେହକୁ ଏକା ଛଡ଼ା ନଯିବାର କଥା । ଯଦି କାହାର ମୃତ୍ୟୁ ସଂଧ୍ୟା ପରେ ହେଉଛି ତେବେ ତାଙ୍କ ମୃତଦେହକୁ ଏକାକୀ ଛଡାଯାଏ ନାହିଁ। ତେବେ କଣ ଆପଣ ଜାଣିଛନ୍ତି ଯେ ଶବକୁ ରାତି ସାରା ଏକା କାହିଁକି ଛଡ଼ାଯାଏ ନାହିଁ ?

ଆମ ଧର୍ମରେ ଶବକୁ କାହିଁକି ଏକା ଛଡାଯାଏ ନାହିଁ ତାର ଉତ୍ତର ଜାଣିବା ପୂର୍ବରୁ ଆସନ୍ତୁ ପ୍ରଥମେ ଜାଣିନେବା କେବେ କେବେ ଅଥବା କେଉଁ ପରିସ୍ଥିତିରେ ଶବର ଅନ୍ତିମ ସଂସ୍କାର କରାଯାଏ ନାହିଁ କିମ୍ବା କିଛି ସମୟ ପାଇଁ ସ୍ଥଗିତ ରଖି ଦିଆଯାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆମ ହିନ୍ଦୁ ଧର୍ମରେ ଯଦି କାହାର ମୃତ୍ୟୁ ହୋଇଯାଏ ତେବେ ତାଙ୍କର ଶବକୁ ରାତି ସାରା ଘରେ ହିଁ ରଖାଯାଏ ଏବଂ ପରଦିନ ଦାହ ସଂସ୍କାର କରାଯାଏ।

ଏହା ବ୍ୟତୀତ ଯଦି କାହାର ମୃତ୍ୟୁ କାର୍ତ୍ତିକ ମାସ ପଞ୍ଚକ ସମୟରେ ହୋଇଥାଏ, ତେବେ ତାଙ୍କର ଶବକୁ ବି କିଛି ସମୟ ପାଇଁ ଘରେ ରଖାଯାଏ। ଆଉ ଯେତେବେଳେ ପଞ୍ଚକ କାଳ ସମାପ୍ତ ହୁଏ, ତାପରେ ହିଁ ତାଙ୍କର ଦାହ ସଂସ୍କାର କରାଯାଏ। କାହିଁକି ନା ଗରୁଡ ପୁରାଣରେ କୁହାଯାଇଛି ଯଦି ସୂର୍ଯ୍ୟାସ୍ତ ପରେ କିମ୍ବା ପଞ୍ଚକ ସମୟରେ କାହାର ଶବ ସତ୍କାର କରାଯାଏ, ତେବେ ମୃତ ବ୍ୟକ୍ତିଙ୍କୁ ମୋକ୍ଷ ପ୍ରାପ୍ତି ହୋଇନଥାଏ। ଏଥିପାଇଁ ଯଦି କାହାର ରାତିରେ ମୃତ୍ୟୁ ହେଉଛି, ତାହେଲେ ଏମିତି ସମୟରେ ଶବକୁ ଶ୍ମଶାନ ଘାଟକୁ ନିଆଯାଏ ନାହିଁ, ଘରେ ହିଁ ରଖାଯାଏ। ଆଉ ସକାଳ ହେବାକୁ ଅପେକ୍ଷା କରାଯାଏ। ଏହି ସମୟରେ ମୃତ ଶରୀରକୁ ଏକା ଛଡାଯାଏ ନାହିଁ । କେହି ନା କେହି ବ୍ୟକ୍ତି ତାଙ୍କୁ ଜଗି ରହିଥାନ୍ତି। ଏହା ପଛର ସବୁଠାରୁ ବଡ କାରଣ ହେଉଛି ଯଦି ଏହି ସମୟରେ ଶବକୁ ଏକା ଛାଡି ଦିଆଯାଏ ତାହେଲେ କୁକୁର, ବିଲେଇ ଭଳି ପଶୁ ମୃତଦେହକୁ ଟାଣି ଓଟାରି ଖାଇ ପାରନ୍ତି। ଗରୁଡ ପୁରାଣ ଅନୁସାରେ କୁହାଯାଇଛି କି ଶବ ସହ ଏଭଳି କିଛି ଘଟିଲେ ଯମଲୋକରେ ମଧ୍ୟ ସେ ଲୋକକୁ ସେହିଭଳି ନିର୍ଯାତନା ସହିବାକୁ ପଡିଥାଏ।

ଆଉ ଯଦି ଶବକୁ ଏକା ଛାଡି ଦିଆଯାଏ, ତାହେଲେ ଏଥିରୁ ଗନ୍ଧ ଆସିଥାଏ। ଏଥିପାଇଁ ଶବ ପାଖରେ କେହି ନା କେହି ବ୍ୟକ୍ତି ବସିଥାନ୍ତି ଏବଂ ଧୂପ ଲଗାଇ ରଖାଯାଏ । ଯାହାଦ୍ୱାରା ଶବରୁ ଆସୁଥିବା ଦୁର୍ଗନ୍ଧ ଚାରିଆଡକୁ ନବ୍ୟାପେ। ଗରୁଡ ପୁରାଣ ଅନୁସାରେ ଆହୁରି କଥିତ ଅଛି କି ଭଗବାନ ବିଷ୍ଣୁ ଗରୁଡଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ଯଦି ମୃତ ବ୍ୟକ୍ତିଙ୍କ ସନ୍ତାନ ଏବଂ ସନ୍ତତି ତାଙ୍କ ପାଖରେ ନାହାଁନ୍ତି ତେବେ ଏମିତି ସମୟରେ ଶବକୁ ସେମାନେ ଆସିବା ଯାଏ ଘରେ ରଖାଯାଏ । କାହିଁକିନା ମୃତ ବ୍ୟକ୍ତିଙ୍କ ନିଜ ସନ୍ତାନ ହିଁ ମୁଖାଗ୍ନି ଦେବାର ପରମ୍ପରା ରହିଛି । ସନ୍ତାନ ଥାଇ ଅନ୍ୟ କେହି ମୁଖାଗ୍ନି ଦେଲେ ମୃତ ବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି ମିଳିନଥାଏ । ଆତ୍ମା ଇଆଡେ ସିଆଡେ ଘୂରି ବୁଲେ ବୋଲି କୁହାଯାଏ। ଏହାପରେ ଭଗବାନ ବିଷ୍ଣୁ କହିଛନ୍ତି ଯେ ଯଦି ସୂର୍ଯ୍ୟାସ୍ତ ପରେ କାହାର ଅନ୍ତିମ ସଂସ୍କାର କରିଦିଆଯାଏ, ତାହେଲେ ସେହି ମୃତ ଆତ୍ମା ଅସୁର, ଦାନବ କିମ୍ବା ପିଶାଚ ଯୋନିରେ ଜନ୍ମ ନେଇଥାଏ। ଯେଉଁଠି ତାଙ୍କୁ ଅନେକ ପ୍ରକାର କଷ୍ଟ ଯନ୍ତ୍ରଣା ସହିବାକୁ ପଡ଼େ ।

ଗରୁଡ଼ ପୁରାଣରେ ଭଗବନା ବିଷ୍ଣୁ ଆହୁରି ମଧ୍ୟ କହିଛନ୍ତି ଯେ ମୃତ ଶରୀରକୁ ଏକା ଏଥିପାଇଁ ଛଡାଯାଏନି କାରଣ ଏକାକୀ ଦେଖି ଆଖପାଖର ଦୁଷ୍ଟ ଆତ୍ମା ବି ମୃତ ଶରୀର ଭିତରକୁ ପ୍ରବେଶ କରି ପାରନ୍ତି। ଯାହାଦ୍ୱାରା ମୃତକଙ୍କ ସହିତ ତାଙ୍କ ପରିଜନକୁ ଅନେକ ପ୍ରକାର କଷ୍ଟ ସହିବାକୁ ପଡିଥାଏ। କୁହାଯାଏ ଯେ ମଣିଷର ମୃତ୍ୟୁ ପରେ ଶରୀର ଆତ୍ମା ଠାରୁ ଅଲଗା ହୋଇଯାଏ। ଏହି କାରଣରୁ କୌଣସି ବି ଦୁଷ୍ଟ ଆତ୍ମା ସେହି ଆତ୍ମାବିହୀନ ମୃତ ଶରୀରରେ ପ୍ରବେଶ କରିଯାଇ ପାରନ୍ତି । ତେଣୁ ମୃତଦେହକୁ ଏକାକୀ ଛାଡ଼ା ନଯିବାର ଏହା ଏକ ପ୍ରମୁଖ କାରଣ । ଅନେକ ଘୂରି ବୁଲୁଥିବା ଆତ୍ମା ଏଭଳି ସଦ୍ୟ ମୃତ ବ୍ୟକ୍ତିଙ୍କ ଶବ ଉପରେ ନଜର ରଖିଥାନ୍ତି । ଏକା ପାଇଲେ ସେଥିରେ ପ୍ରବେଶ କରି ଯାଉଥିବା କୁହାଯାଏ । ତେବେ ପ୍ରକୃତରେ ଯଦି ଦେଖିବେ ତାହାହେଲେ ଶବକୁ ଏକା ନଛାଡ଼ିବା ପଛରେ କିଛି ବୈଜ୍ଞାନିକ କାରଣ ବି ରହିଛି ।

Pritiparna

Recent Posts

ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ : ୨୦ ତାରିଖ ଦିନ ୧୦ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ୨୦ ତାରିଖ ସକାଳ ୧୦ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ ।  ଆବଶ୍ୟକ ପଡ଼ିଲେ ଇଣ୍ଟରନେଟ…

19 mins ago

ମହାନତା ଦେଖାଇଲେ ନୟାପଲ୍ଲୀ ଥାନା ଅଧିକାରୀ, ଗୁରୁତର ମହିଳାଙ୍କୁ ପହଁଚାଇଲେ ଡାକ୍ତରଖାନା

ଭୁବନେଶ୍ୱର (କେନ୍ୟୁଜ): ଆମେ ଥାଉ ଖବର ସଂଗ୍ରହ ଅନ୍ୱେଷଣରେ । ସେଦିନର ସଂଧ୍ୟା ସମୟର କଥା ମନରୁ ଲିଭିନୁ। ଘଟଣାଟି…

30 mins ago

ହୋମିଓପାର୍ଥିକ ଫାର୍ମାସିଷ୍ଟ ପଦବୀରେ ଚାକିରି ସୁଯୋଗ, ମାସକୁ ଦରମା ୧ ଲକ୍ଷ ଟଙ୍କା

ଯୁବପିଢି ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଇଚ୍ଛୁକ ପ୍ରାର୍ଥୀ ହୋମିଓପାଥିକ ଫାର୍ମାସିଷ୍ଟ ପଦବୀରେ ଯୋଗ୍ୟ…

30 mins ago

ବାହା ହେଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ, ନେଦରଲ୍ୟାଣ୍ଡରେ କଲେ ବିବାହ

ଭୁବନେଶ୍ୱର (କେନ୍ୟୁଜ): ବାହା ହେଲେ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ।  ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ…

36 mins ago

କର୍ଣ୍ଣାଟକରେ ବିଜେପି ନେତାଙ୍କ ହୃଦ୍‌ଘାତରେ ମୃତ୍ୟୁ, ପେଟ୍ରୋଲ ଓ ଡିଜେଲ୍‌ ଦରବୃଦ୍ଧିକୁ ନେଇ ଦେଇଥିଲେ ଧାରଣା

କର୍ଣ୍ଣାଟକରେ ଜଣେ ବିଜେପି ନେତାଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି । ଏଠାରେ ସେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ହଠାତ୍‌…

41 mins ago

ନିଟ୍‌ ମାମଲାରେ ଏନଟିଏକୁ ଜବାବ ମାଗିଲେ ସୁପ୍ରିମକୋର୍ଟ, ହେରଫେର ହୋଇଥିଲେ ସମୟ ପୂର୍ବରୁ ସୁଧାରନ୍ତୁ

ନିଟ୍‌ ପରୀକ୍ଷାକୁ ନେଇ ଉଠିଥିବା ବିବାଦ ଥମିବାରେ ନାଁ ଧରୁନି । ଆଜି ପୁଣି NEET ମାମଲାକୁ ନେଇ ସୁପ୍ରିମକୋର୍ଟରେ…

1 hour ago