ଜଣାନ୍ତୁ ହଠାତ୍‌ ଟମାଟୋ ଓ ପିଆଜର ଦର ଆକାଶ ଛୁଆଁ ହେବାର କାରଣ

ପିଆଜ ଓ ଟମାଟୋ ଭଳି ନିତିବ୍ୟବହୃତ ପନିପରିବାର ମୂଲ୍ୟ ହଠାତ୍‌ ବଢିବା ସାଧାରଣ ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହି ଦର ବୃଦ୍ଧି ସେମାନଙ୍କ ପକେଟରେ ଏକ ବଡ଼ ବୋଝ ପରି ଲଦି ହୋଇଛି । ଗତ ବର୍ଷ ଅପେକ୍ଷା ଚଳିତବର୍ଷ ଆଳୁ ଓ ପିଆଜର ଦର ପାଖାପାଖି ୫୦% ପର୍ଯ୍ୟନ୍ତ ବଢିଛି । ଆପଣ ଭାବୁଥିବେ ପନିପରିବା ଗୁଡ଼ିକର ଦର କାହିଁକି ସପ୍ତାହକୁ ସପ୍ତାହ ବଢ଼ିବାରେ ଲାଗିଛି, ତେବେ ଏହା ପଛରେ ଏକ କାରଣ ଲୁଚି ରହିଛି । ଆସନ୍ତୁ ଜାଣିବା କାରଣଟି କ’ଣ ?

ବାସ୍ତବରେ କହିବାକୁ ଗଲେ ପ୍ରବଳ ବର୍ଷା ହେବା କାରଣରୁ ଫସଲଗୁଡ଼ିକ ନଷ୍ଟ ହୋଇଯାଇଛି । ଗ୍ରାହାକ ବ୍ୟାପାର ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଟମାଟୋର ମୂଲ୍ୟ ପୂର୍ବ ବର୍ଷ ତୁଳନାରେ ୧୪% ବୃଦ୍ଧି ପାଇଛି । ସେମିତି ପିଆଜର ମୂଲ୍ୟ ୧୧% ବୃଦ୍ଧି ପାଇଛି । ବର୍ତ୍ତମାନ ପିଆଜ କିଲୋ ପ୍ରତି ୫୦-୬୦ଟଙ୍କାରେ ବିକ୍ରି ହେଉଛି ।

ବିଶେଷଜ୍ଞଙ୍କ ମତରେ ପ୍ରତି ବର୍ଷ ସେପ୍ଟେମ୍ବରରେ ପିଆଜ ଓ ଟମାଟୋର ମୂଲ୍ୟ ବଢିଥାଏ । ପିଆଜ ଉପରୁ ଏକ୍ସପୋଟ୍‌ ଡିଉଟି ହଟିବା ପରେ ମୂଲ୍ୟ ବଢିଥାଏ । ଯାହା ଫଳରେ ସରକାର ଅଧିକ ମୂଲ୍ୟରେ ପିଆଜ ବିକ୍ରି କରିବାକୁ ବାଧ୍ୟ ହୁଅନ୍ତି ।

ଟମାଟୋ ଦର ବିଷୟରେ କହିବାକୁ ଗଲେ ତେଲେଙ୍ଗାନା,ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଏବଂ ଗୁଜୁରାଟ ଭଳି ଟମାଟୋ ଉତ୍ପାଦ କରୁଥିବା ରାଜ୍ୟଗୁଡ଼ିକରେ ବର୍ଷା ଲାଗିରହିଛି । ଯାହା ଚାଷ ଉପରେ ଖୁବ୍‌ ପ୍ରଭାବ ପକାଇଛି । ଏହାସହ ଫସଲଗୁଡ଼ିକୁ ନଷ୍ଟ କରିଦେଇଛି । ବର୍ଷା ପନିପରିବାର ଦର ବୃଦ୍ଧି ହେବାର କାରଣ ପାଲଟିଛି । ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ପନିପରିବା ସପ୍ଲାଏ କାରିବାରେ ବାଧା ସୃଷ୍ଟି କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like