ଅନ୍ୟତ୍ର ବିବାହ କରିଥାନ୍ତା ସ୍ବାମୀ, ରାଗରେ ଜର୍ଜରିତ ହୋଇ ସ୍ତ୍ରୀ କାଟିଦେଲା ଯୌନାଙ୍ଗ

ଉତ୍ତର ପ୍ରଦେଶର ମୁଜାଫରରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ସ୍ବାମୀର ତୃତୀୟ ବିବାହକୁ ନେଇ ରାଗରେ ଜର୍ଜରିତ ହୋଇ ସ୍ତ୍ରୀ ଖେଳିଲା ସ୍ୱାମୀ ରକ୍ତରେ ହୋଲି । ଶେଷରେ ଉତକ୍ଷିପ୍ତ ହେଇ ସ୍ବାମୀର ଯୌନାଙ୍ଗକୁ କାଟି ନିର୍ମମ ଭାବେ ହତ୍ୟା କଲା ରାକ୍ଷସୀ ସ୍ତ୍ରୀ । ଏହା ପରେ ଛଟପଟ ହୋଇ ଜୀବନ ହାରିଲା ସ୍ବାମୀ । ଭୌରକାଲାନା ପୋଲିସ ଷ୍ଟେସନ ଅଞ୍ଚଳର ଶିକରପୁର ଗ୍ରାମରେ ଏଭଳି ଘଟଣା ଘଟାଇଥିବାର ସୂଚନା ମିଳିଛି । ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା | ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ଶରୀରରେ ଆଘାତ ଲାଗିଥିବା ସହିତ ଯୌନାଙ୍ଗରେ ଗଭୀର କ୍ଷତ ଚିହ୍ନ ହୋଇଥିବାର ପୋଲିସ ସୂଚନା ଦେଇଛି । ଏହା ପରେ ପୋଲିସ ପହଞ୍ଚି ମହିଳା ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁଯାଇ ସ୍ବାମୀ ଜଣଙ୍କ ପ୍ରଥମ ବିବାହ କରିବା ପରେ ଦ୍ବିତୀୟ ବିବାହ କରିଥିଲେ ଏହା ପରେ ସେ ତୃତୀୟ ବିବାହ କରିବାକୁ ଚାହୁଁଥିବାରୁ ତାଙ୍କ ଦ୍ବିତୀୟ ସ୍ତ୍ରୀ ଉତକ୍ଷିପ୍ତ ହୋଇ ଏପରି କାଣ୍ଡ କରିଥିବାର ସେ ସ୍ବୀକାର କରିଛନ୍ତି । ସେ କହିଛନ୍ତି ଯେ ମୁଁ ତାଙ୍କ ଦ୍ବିତୀୟ ସ୍ତ୍ରୀ ମୋର ୨ ଜଣ ବିବାହିତ ଓ ୨ ଜଣ ଅବିବାହିତ ଝିଅ ଅଛନ୍ତି । ସେ ପ୍ରଥମେ ଆଉ ଜଣଙ୍କୁ ବିବାହ କରିଥିଲେ ପରେ ମତେ ବିବାହ କରିଛନ୍ତି ।

ତେବେ ତୃତୀୟ ବିବାହ କରିବା ପାଇଁ ସେ ଦ୍ବିତୀୟ ସ୍ତ୍ରୀକୁ ସବୁଦିନ ମାଡ ମାରୁଥିଲେ । ବୁଧବାର ଦିନ ଦୁହିଁଙ୍କ ମଧ୍ୟରେ ଝଗଡା ହେବାରୁ ଏଥିରେ ସ୍ତ୍ରୀ ରାଗିଯାଇ ରାତିରେ ଶୋଇଥିବା ସମୟରେ ସ୍ବାମୀର ଯୌନାଙ୍ଗକୁ ଛୁରୀରେ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରିଥିଲା । ଏନେଇ ପତ୍ନୀ ବିରୋଧରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା କହିଛନ୍ତି ଭୌରକାଲାନା ପୋଲିସ ଷ୍ଟେସନର ଦାୟିତ୍ବରେ ଥିବା ଜିତେନ୍ଦ୍ର ସିଂ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.