କନ୍ଧମାଳ: କନ୍ଧମାଳରେ ଶୀତର ପହିଲି ପରଶ ଆଣିଛି ଦେଇଛି ରୋମାଞ୍ଚ। ସକାଳର ଘନ କୁହୁଡିରେ ଢେର ବିଳମ୍ବ ଯାଏ ନିଜର ପଶରା ମେଲି ଧରୁଛି। ଥଣ୍ଡା ପାଗରେ କାକର ଭିଜା ପ୍ରକୃତି କେବଳ ସ୍ଥାନୀୟ ବାସିନ୍ଦା ନୁହେଁ, ପର୍ଯ୍ୟଟକଟିଏକୁ ବି ଆନମନା କରୁଛି। ପର୍ଯ୍ୟଟନର ପ୍ରକୃତ ସ୍ଥଳୀ କନ୍ଧମାଳ। ଶୀତର ମଜାଉଠାଇବାକୁ ବାହାର ରାଜ୍ୟକୁ ଯିବା ବଦଳରେ ଏଠାକୁ ଆସି ପ୍ରକୃତ ଶୈଳନିବାସର ମଜା ଉଠାଇପାରିବେ। କନ୍ଧମାଳ ପାଇଁ ରାସ୍ତାଘାଟର ମଧ୍ୟ ଭରପୁର ସୁବିଧା ରହିଛି। ପର୍ଯ୍ୟଟକମାନେ ଏଠାକୁ ଆସି ପ୍ରକୃତିକୁ ଉପଭୋଗ କରନ୍ତୁ ବୋଲି କହିଛନ୍ତି, କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ।
ଗତ ଚାରିପାଞ୍ଚ ଦିନ ଧରି ଜିଲ୍ଲାରେ ଶୀତ ଅନୁଭବ ହେଉଛି। ସକାଳୁ ସକାଳୁ ମର୍ଣ୍ଣିଂୱାକରେ ଲୋକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିିଳିଛି। ଶୀତୁଆ ସକାଳରେ ଝାଞ୍ଜ, ମୃଦଙ୍ଗର ତାଳେ ତାଳେ କୀର୍ତ୍ତନ ମଣ୍ଡଳୀଙ୍କ ନଗର ପରିକ୍ରମା ଆଧ୍ୟାତ୍ମିକ ଭାବ ସୃଷ୍ଟି କରୁଛି। କନ୍ଧମାଳରେ ତାପମାତ୍ରା ୧୫ଡିଗ୍ରୀକୁ ଖସିଯାଇଛି। ଫଳରେ ଶୀତବସ୍ତ୍ର କିଣିବାକୁ ଦୋକାନରେ ଭିଡ଼ ଜମିଲାଣି। ବାହାର ରାଜ୍ୟର ବ୍ୟବସାୟୀ ମଧ୍ୟ ଆସି ଶୀତବସ୍ତ୍ରର ପସରା ମେଲାଇଲେଣି। ସକାଳର କୁହୁଡ଼ି ଦିନ ୯ଟା ଯାଏ ଲାଗି ରହୁଛି। ଫଳରେ ଗାଡ଼ିମଟର ଭିଡ଼ ଟିକେ କମ ରହୁଥିବା ବେଳେ ଲୋକଙ୍କ ମନରେ କିନ୍ତୁ ଆନନ୍ଦ ଆଣିଦେଇଛି।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…