କେନ୍ଦ୍ରାପଡ଼ା ;  ଘରେ ପଶି ମାରଣାସ୍ତ୍ର ଦେଖାଇ ମହିଳାଙ୍କ ସହ ଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡ଼ା : ରାତି ଅଧରେ ଘରେ ପଶି ମାରଣାସ୍ତ୍ର ଦେଖାଇ ମହିଳାଙ୍କ ସହ ଦୁଷ୍କର୍ମ ଅଭିଯୋଗ ।  କେନ୍ଦ୍ରାପଡ଼ା ସଦର୍ ଥାନା ଅନ୍ତର୍ଗତ ମୁଣ୍ଡାଳ ଗାଁରେ ଘଟିଛି ଏହି ଅଘଟଣ  ।  ଦୁଷ୍କର୍ମର ଶିକାର ହୋଇଥିବା ମହିଳା ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି  ।  ଅଭିଯୋଗ ଅନୁଯାୟୀ ସ୍ଥାନୀୟ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ପୀଡିତା ମହିଳା ଯୋଗଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରନ୍ତି  ।

ବୁଧବାର ରାତି ପ୍ରାୟ  ଗୋଟାଏ ବେଳେ ମୁଣ୍ଡାଳ ଗାଁରେ ଥିବା ତାଙ୍କ ଭଡ଼ାଘର କବାଟ ଭାଙ୍ଗି ଜଣେ ଯୁବକ ଘର ଭିତରକୁ ପଶି ଥିଲେ । ହଠାତ୍ ଶିକ୍ଷୟତ୍ରୀଙ୍କ ନିଦ ଭାଙ୍ଗି ଯାଇଥିଲା  । ଯୁବକ ଜଣଙ୍କ ମୁହଁରେ କଳା କପଡା ବାନ୍ଧିଥିବା ବେଳେ ହାତରେ ଏକ ଧାରୁଆ ଅସ୍ତ୍ର ଧରିଥିବା ମହିଳା ଦେଖିବାକୁ ପାଇଥିଲେ  । ଯୁବକ ଜଣଙ୍କ ମହିଳାଙ୍କୁ କାବୁ କରିନେଇ ତାଙ୍କ ସହିତ ଦୁଷ୍କର୍ମ କରିଥିବା ମହିଳା ଅଭିଯୋଗ କରିଛନ୍ତି  ।

ପାଟି କଲେ ଜୀବନରେ ମାରିଦେବା ପାଇଁ ଯୁବକ ମହିଳାଙ୍କୁ ଧମକ ଦେବା ସହ ଶରୀରର ବିଭିନ୍ନ ସ୍ଥାନରେ ଆଘାତ କରିଥିଲେ  ।  ପୀଡିତା ମହିଳା ବଳପ୍ରୟୋଗ କରି ଯୁବକଙ୍କ ମୁହଁରୁ କପଡା ଟାଣି ଦେବାପରେ ସେ ସ୍ଥାନୀୟ ମୁଣ୍ଡାଳ ଗାଁର ବାପି ମଲିକ ବୋଲି ଜାଣିବାକୁ ପାଇଥିଲେ  ।  ପୀଡିତା ଶିକ୍ଷୟତ୍ରୀ ଜଣଙ୍କ ଚିତ୍କାର କରିବାରୁ ଅଭିଯୁକ୍ତ ଯୁବକ ଦୌଡ଼ି ପଳାଇଥିଲେ ।  ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ସେ ପୀଡିତାଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି  ।  ଏନେଇ ପୀଡ଼ିତାଙ୍କ ପକ୍ଷରୁ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଛି  ।  ପୀଡିତା ବର୍ତ୍ତମାନ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

 

Also read :ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ସଂପୃକ୍ତ ଯୁବକ ଗିରଫ