ଅନଲାଇନ୍ ଖାଦ୍ୟ ଅର୍ଡର କରୁଛନ୍ତି ? ସାବଧାନ୍ . . ଦେଖନ୍ତୁ କଣ କଲେ ଜମାଟୋ ଡେଲିଭରୀ ବଏ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭାଇରାଲ ହେଲା ଜମାଟୋ ଡେଲିଭରୀ ବଏଙ୍କ କାରନାମା । ତାମିଲନାଡୁର ମଦୁରାଇରେ ଜଣେ ଡେଲିଭରୀ ବଏ ଗ୍ରାହକଙ୍କୁ ଖାଦ୍ୟ ଦେବାକୁ ଯିବା ପୂର୍ବରୁ ଗୋଟିଏ ନିରୋଳା ଜାଗାରେ ବସି ଖାଦ୍ୟରୁ କିଛି ଖାଇବା ପରେ ପୁଣି ତାକୁ ସିଳଖ କରୁଥିବାର ଭିଡିଓ ସାରା ଦେଶରେ ଭାଇରାଲ ହୋଇଛି । ଯାହା ଅନ୍‌ଲାଇନ୍‌ରେ ଘରେ ଘରେ ଖାଦ୍ୟ ଯୋଗାଉଥିବା ଜମାଟୋ କମ୍ପାନୀର ମର୍ଯ୍ୟାଦା ହାନି କରିଛି । ଏକଥା ଜଣାପଡ଼ିବା ପରେ ଜମାଟୋ କମ୍ପାନୀ ସଂପୃକ୍ତ ଡେଲିଭରୀ ବଏକୁ ଚାକିରିରୁ ବିଦା କରିଦେବା ସହ ଆଗକୁ ଯେଭଳି ଏମିତି କାଣ୍ଡ ନଘଟେ ସେଥିପାଇଁ ପଦକ୍ଷେପ ନିଆଯିବ ବୋଲି କହିଛି । ଖାଦ୍ୟ ପ୍ୟାକେଟ୍‌ ଯେପରି ଅତ୍ୟନ୍ତ ସୁରକ୍ଷିତ ଭାବେ ସିଲ୍‌ ହେବ ଏବଂ ଏହାକୁ କେହି ଖୋଲି ପାରିବେ ନାହିଁ, ସେଥିପ୍ରତି କଡ଼ା ନଜର ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଟ୍ୟାମ୍ପର ପ୍ରୁଫ୍‌ ଟେପ୍‌ ବ୍ୟବହାର କରାଯିବ । ତେବେ ଡେଲିଭର ବଏର ଏଭଳି କାର୍ଯ୍ୟ ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଦୁଃଖ ପ୍ରକାଶ କରିବା ସହ କ୍ଷମା ମଧ୍ୟ ମାଗିଛନ୍ତି ।

You might also like