Odisha News

ହଟିଲା ପ୍ରତିବନ୍ଧକ, ବେଦାନ୍ତ ଏଣିକି ନାଲକୋର ଆଲୁମିନା କିଣିବା ପାଇଁ ବିଡ଼୍‍ ଦାଖଲ କରିପାରିବ

କେନ୍ୟୁଜ୍(ବ୍ୟୁରୋ): ବେଦାନ୍ତକୁ ବଡ ଆଶ୍ୱସ୍ତି । ସୁପ୍ରିମକୋର୍ଟରୁୁ ବେଦାନ୍ତକୁ ମିଳିଛି ଆଶ୍ୱସ୍ତି । ବେଦାନ୍ତ ଏଣିକି ନାଲକୋର ଆଲୁମିନା କିଣିବା ପାଇଁ ବିଡ଼୍‍ ଦାଖଲ କରିପାରିବ । ସୁପ୍ରିମକୋର୍ଟର ଏକ ତିନିଜଣିଆ ବେଞ୍ଚ ଆଜି ରାୟ ଶୁଣାଇଛନ୍ତି । ବେଦାନ୍ତ ନାଲକୋର ରପ୍ତାନି ଟେଣ୍ଡରରେ ଭାଗ ନେଇପାରିବ । ଟେଣ୍ଡରରେ ସଫଳ ହେଲେ ବେଦାନ୍ତ ବିଶାଖାପାଟଣାରୁ ନାଲକୋର ଆଲୁମିନା ସଂଗ୍ରହ କରି ନିଜର ଝାରସୁଗୁଡା ସ୍ମେଲଟର ପ୍ଲାଣ୍ଟରେ ବ୍ୟବହାର କରିପାରିବ । ବେଦାନ୍ତର ଓଡ଼ିଶାର ଲାଞ୍ଜିଗଡଠାରେ ଏକ ରିଫାଇନାରୀ ଥିବାବେଳେ ଝାରସୁଗୁଡାଠାରେ ଏକ ସ୍ମେଲଟର ରହିଛି । ବକ୍ସାଇଟ ଅଭାବରୁ ବେଦାନ୍ତର ଲାଞ୍ଜିଗଡ ପ୍ଲାଣ୍ଟ ଠିକ ଭାବେ ଚାଲିପାରୁନାହିଁ । ଏଣୁ ନିଜର ଝାରସୁଗୁଡା ସ୍ମେଲଟର ଚଳାଇବାକୁ ବେଦାନ୍ତ ନାଲକୋଠାରୁ ଆଲୁମିନା କିଣିବାକୁ ପ୍ରସ୍ତାବ ଦେଇଥିଲା । କିନ୍ତୁ ନାଲକୋ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲା । ଏହା ବିରୋଧରେ ବେଦାନ୍ତ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ହାଇକୋର୍ଟ ଅନୁମତି ଦେଇଥିଲେ । ଏହାପରେ ହାଇକୋର୍ଟଙ୍କ ରାୟକୁ ନାଲକୋ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲା

Loading...

Leave A Reply

Your email address will not be published.