ଏବେ ରେଲୱେ ଷ୍ଟେସନରେ ଟିଟିଇ ନୁହେଁ ଏମିତି ହେବ ଟିକେଟ ଚେକିଂ, ଜଣାପଡିଯିବ ଟିକେଟ କନଫର୍ମ କି ନାହିଁ

ଖୁବଶୀଘ୍ର ରେଳ ବିଭାଗ ବଡ ପରିବର୍ତ୍ତନ ଆଣିବାକୁ ଯାଉଛି। ରେଳକର୍ମୀ ଅର୍ଥାତ୍‌ ଟିଟିଇ ଏବେ ନ ଛୁଇଁ କରିପାରିବେ ଟିକେଟ ଚେକିଂ। ଯାହା ବିନା ଛୁଇଁ ଯାଞ୍ଚ ହୋଇଯିବ। ଏଥିପାଇଁ ଷ୍ଟେସନରେ ସିସି ଟିଭି କ୍ୟାମେରା ଲାଗିବାକୁ ଯାଉଛି।

ticket

କ୍ୟାମେରା ସାମ୍ନାକୁ ଟିକେଟ ଆଣିବା ମାତ୍ରେ ଟିକେଟ କନଫର୍ମ କିମ୍ବା େଓ୍ଵଟିଂରେ ରହିଛି ତାହା ଜଣାପଡିଯିବ। ଲକ୍ଷ୍ମୌ ଜଙ୍କସନ ଏବଂ ପ୍ରୟାଗରାଜରେ ଏହି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏହାପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି। ଖୁବଶୀଘ୍ର ଏହା ଚାରିଆଡେ କାର୍ଯ୍ୟକାରୀ ହେବ।

uu

ଯାତ୍ରୀ ଷ୍ଟେସନରେ ପହଞ୍ଚିବା ମାତ୍ରେ ମୋବାଇଲରେ ଥିବା ଇ-ଟିକେଟକୁ କିମ୍ବା ପ୍ରିଣ୍ଟ ଟିକେଟକୁ କ୍ୟାମେରା ସାମ୍ନାରେ ରଖିବେ। କ୍ୟାମେରାରେ ସ୍କାନ ହେବା ପରେ ଟିକେଟ କନଫର୍ମ କି ନାହିଁ ତାହା ଜଣାପଡିଯିବ। ଟିକେଟ କନଫର୍ମ ଥିବା ଯାତ୍ରୀଙ୍କୁ କେବଳ ପ୍ଲାଟଫର୍ମକୁ ଯିବାକୁ ଅନୁମତି ମିଳିବ। ଯାହା ପରେ ସେଠାରେ ଥିବା ଟିକେଟ ଷ୍ଟାପ ପରିଚୟ ପତ୍ର ଦେଖା ନିର୍ଦ୍ଧାରିତ କୋଚ କିମ୍ବା ବର୍ଥରେ ଯାତ୍ରୀଙ୍କୁ ବସାଇଦେବେ। ଯାହାଙ୍କ ପାଖରେ େଓ୍ଵଟିଂ ଟିକେଟ ଥିବ ତାଙ୍କୁ ଫେରାଇ ଦିଆଯିବ।

Leave A Reply

Your email address will not be published.