ତୈଳ ଦର କମାଇବାକୁ ଆମେ ଚେଷ୍ଟା କରୁଛୁ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର (କେନ୍ୟୁଜ୍) : ବେଲଗାମ ପେଟ୍ରୋଲ, ଡିଜେଲ ଦର । ହୁ ହୁ ହୋଇ ଦର ବଢୁଥିବା ବେଳେ ଗ୍ରାହକଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ଏହି ପ୍ରସଙ୍ଗରେ ପୁଣି ମୁହଁ ଖୋଲିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ପେଟ୍ରୋଲ, ଡିଜେଲରୁ ଓଡ଼ିଶା ସରକାର ଲାଭ ପାଉଛନ୍ତି ନା ନାହିଁ । ଦର କମାଇବା ପାଇଁ ରାଜ୍ୟ ସରକାରଙ୍କ କିଛି ଦାୟିତ୍ୱ ନାହିଁ କି? ଏଥିସହ ବିଜେଡିକୁ ଆକ୍ଷେପ କରିଛନ୍ତି ଧର୍ମେନ୍ଦ୍ର । ସେପଟେ ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ଆସନ୍ତାକାଲି ରାଜଭବନ ଆଗରେ ବିକ୍ଷୋଭ କରିବ । ଆଗାମୀ ଦିନରେ ଏ ପ୍ରସଙ୍ଗ ନେଇ ଗାଁ ଗାଁକୁ ଯାଇ ଲୋକଙ୍କୁ ସଚେତନ କରିବ ଦଳ । ଦର ନ କମିବା ଯାଏ ଆନ୍ଦୋଳନ ଜାରି ରଖିବ ବୋଲି ବିଜେଡି କହିଛି । ସେହିପରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛି କଂଗ୍ରେସ ।

Leave A Reply

Your email address will not be published.