ବିଶ୍ୱାସ ନହେଲେ ବି ସତ, ଦେଢ଼ ବର୍ଷର ବାଛୁରୀ ପ୍ରତିଦିନ ଦେଉଛି କ୍ଷୀର

ବିଶ୍ୱାସ ନହେଲେ ବି କଥାଟି ସତ । ଜନ୍ମ କଲା ଗାଇ କ୍ଷୀର ଦେବା କଥା ଆପଣ ସମସ୍ତେ ଜାଣି ଥିବେ କିନ୍ତୁ ଏକ ଦେଢ ବର୍ଷର ବାଛୁରୀ ଆଜିକୁ ତିନି ମାସ ଧରି କ୍ଷୀର ଦେବା କଥା ଶୁଣିଲେ ଆପଣ କଣ କହିବେ ..? ଏମିତି ଏକ କଥା ଶୁଣି ଯେକେହି ବି ଆଶ୍ଚର୍ଯ୍ୟ ହୋଇଯାଇପାରେ କିନ୍ତୁ ଏ ବିଜ୍ଞାନ ଯୁଗରେ ସବୁ ସମ୍ଭବ । ତେବେ ଏଭଳି ଏକ ବାସ୍ତବ ଘଟଣାକୁ ଦେଖିବାକୁ ମିଳିଛି ସାଲେପୁର ବ୍ଲକ୍ ଶିଶୁଆ ପଂଚାୟତ ବାହାବଳ ପୁର ଗାଁ ରେ।

ସାଲେପୁର ଜିଲ୍ଲା ବାହାବଳ ପୁର ଗାଁର ଜୟରାମ ବେହେରା ଜଣେ ସଫଳ ଗୋ ଚାଷୀ ଭାବେ ବେଶ ଜଣାଶୁଣା । ବିଭିନ୍ନ ପ୍ରଜାତିର ଗୋ ଚାଷ କରିବା ସହ ସେ କ୍ଷୀର ବିକ୍ରୟା କରି ଥାନ୍ତି । ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତାଙ୍କର ଏକ ଦେଢ ବର୍ଷର ବାଛୁରୀ ଆଜିକୁ ତିନି ମାସ ହେବ ଏକ ଲିଟର ଦୁଇ ଲିଟର ଭଳି କ୍ଷୀର ଦେଇ ଆସୁଛି । ଦେଖନ୍ତୁ କିଭଳି ଭାବେ ଜୟରାମଙ୍କ ପତ୍ନୀ ଏହି ବାଛୁରୀ ସ୍ତନରୁ କ୍ଷୀର ବାହାର କରୁଛନ୍ତି ଅଉ ବାଛୁରୀଟି ଚୁପଚାପ ଠିଆ ହୋଇ ରହିଛି । ଏହି ଘଟଣା ଦେଖିବାକୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି । ଦିନେ ଏହି ବାଛୁରୀ ଶୋଇଥିବା ସମୟରେ ତା ସ୍ତନରୁ ଆପେ ଆପେ କ୍ଷୀର ଝରୁଥିବା ଦେଖିଥିଲେ ପରିବାର । ଯାହା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ସେହିଦିନ ଠାରୁ କ୍ଷୀର ଦୁଇବା ଆରମ୍ଭ କରିଥିଲେ ବୋଲି କହିଛନ୍ତି ଜୟରାମଙ୍କ ପତ୍ନୀ ଅର୍ଣ୍ଣପୁର୍ଣ୍ଣା ।

ଏହି ଘଟଣା ସମ୍ପର୍କରେ ଆମେ ସାଲେପୁର ପଶୁ ଚିକିତ୍ସା ଅଧିକାରିଙ୍କୁ ବି ଭେଟି ଥିଲୁ । ତାଙ୍କ କହିବା ମୁତାବକ ପୃଷ୍ଟି ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଏଭଳି ହୋଇଥାଏ ଏବଂ ବାଛୁରୀ କ୍ଷୀର ଦେବା ପ୍ରସଙ୍ଗରେ ଅଧିକ ରିସର୍ଚ୍ଚ କରିବା ପାଈଁ ଉପରିସ୍ଥ ଅଧିକାରୀ ଏବଂ ବିଭିନ୍ନ ଭେଟନାରୀ ଶିକ୍ଷାନୁସ୍ଥାନ ମାନଙ୍କୁ ବି ଜଣାଯାଇଛି । ତେବେ ବାଛୁରୀ କ୍ଷୀର ଦେବା ପ୍ରସଙ୍ଗକୁ ନେଇ ସ୍ଥାନୀୟ ଅଂଚଳରେ କୌତୁହଳ ପ୍ରକାଶ ପାଇଛି ।

Leave A Reply

Your email address will not be published.