Odisha News

ପୂର୍ବତନ କର୍ପୋରେଟରଙ୍କ ଘରେ ପଶି ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ, ଜାଳିଦେଲେ ୫ଟି ଗାଡି

ଭୁବନେଶ୍ବର(କେନ୍ଯୁଜ୍) : ଗାଡି ଜାଳିଦେଲେ ଦୁର୍ବୃତ୍ତ। ଭୁବନେଶ୍ୱରରେ ଜଣେ ପୂର୍ବତନ କର୍ପୋରେଟରଙ୍କ ଘରେ ପଶି ଦୁର୍ବୃତ୍ତମାନେ ୫ଟି ଗାଡି ପୋଡି ଦେଇଛନ୍ତି। ଏହି ଗାଡି ଗୁଡିକ ମଧ୍ୟରେ ରହିଛି ଗୋଟିଏ କାର୍‌,୨ଟି ବାଇକ୍‌, ୨ଟି ସ୍କୁଟି । ଗତକାଲି ରାତିରେ ଖାରବେଳ ନଗର ଅଞ୍ଚଳରେ ଏହି ଘଟଣା ଘଟିଛି।

carପୂର୍ବତନ କର୍ପୋରେଟର ଲାଲା ଅଶୋକ କୁମାର ରାୟଙ୍କ ଘରେ ପସି ଦୁର୍ବୃତ୍ତମାନେ ଏହି କାଣ୍ଡ ଘଟାଇଛନ୍ତି। ତେବେ କିଏ ଓ କାହିଁକି ଏଭଳି କଲା ଜଣାପଡିନଥିବାବେଳେ ରାଜନୈତିକ ଶତ୍ରୁତାରୁ ଦୁର୍ବୃତ୍ତମାନେ ଗାଡି ଜାଳିଦେଇଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 

Leave A Reply

Your email address will not be published.