ଏହି ଫୋନ୍‌ର କ୍ୟାମେରାରେ ପୋଷାକ ଭିତରର ଜିନିଷ ବି ଦିଶୁଛି, ଦେଖନ୍ତୁ କେତେକ ଫଟୋ

ସ୍ମାର୍ଟଫୋନ୍‌ କମ୍ପାନୀ ଓ୍ଵାନ୍‌ ପ୍ଲସ୍‌ ତରଫରୁ ଫ୍ଲେଗ୍‌ସିପ୍‌ ଡିଭାଇସ୍‌ OnePlus 8 Pro ଗତ କିଛି ଦିନ ତଳେ ଲଞ୍ଚ୍‌‌ କରାଯାଇଥିବା ବେଳେ ଏହାର କ୍ୟାମେରାକୁ ଏବେ ବ୍ୟାନ୍‌ କରି ଦିଆଯାଇଛି। ଓ୍ଵାନ୍‌ ପ୍ଲସ୍‌ କ୍ୟାମେରାରେ ଲାଗିଥିବା ଫଟୋଫ୍ରେମ୍‌ ସେନ୍‌ସର ପତଳା ପ୍ଲାଷ୍ଟିକ୍‌ ଓ ପୋଷାକର ଏପଟ ସେପଟ ଦେଖିପାରୁଥିଲା। କ୍ୟାମେରାର ଏହି ଏକ୍ସରେ ଭିଜନ ଯୋଗୁ କେତେକ ୟୁଜର ପ୍ରାଇଭେସୀକୁ ନେଇ ପ୍ରଶ୍ନ କରିଥିଲେ। ଫଳରେ ଏହି ଫିଚରକୁ ବ୍ୟାନ୍‌ କରି ଦିଆଯାଇଛି।

NBT

କ୍ୟାମେରା ବ୍ୟାନ୍‌ ହେବା ପରେ କମ୍ପାନୀ ତରଫରୁ କିଛି ସମୟ ପାଇଁ ଫଟୋକ୍ରୋମ୍‌ ଲେନ୍ସକୁ ବ୍ଲକ୍‌ କରି ଦିଆଯାଇଥିଲା। ଏହା ପରେ ଏକ ସଫ୍ଟେଓ୍ଵୟାର ଅପ୍‌ଡେଟ୍‌ ଦିଆଯାଇ କ୍ୟାମେରା ଫିଚରକୁ ବଦଳା ଯାଇଛି। ଫଳରେ ୟୁଜର ଆଉ ଏକ୍ସରେ ଫଟୋ ଉତ୍ତୋଳନ କରିପାରିବେ ନାହିଁ।

ତେବେ ଅପ୍‌ଡେଟ୍‌ ପୂର୍ବରୁ ଫୋନ୍‌ କ୍ୟାମେରାରେ ଉତ୍ତୋଳନ କରାଯାଉଥିବା ଫଟୋ ୟୁଜର୍ସ ଫେସ୍‌ବୁକ୍‌ରେ ସେୟାର କରିଥିଲେ। ଏହି ଫଟୋରେ ଡ୍ରେସ୍‌ ଭିତରେ ଥିବା ଜିନିଷ ବି କ୍ଲିୟର ଦେଖାଯାଉଥିବା ନଜର ଆସିଛି।

NBT

ଜଣେ ୟୁଜର ଏକ ରିମୋଟ୍‌ର ଫଟୋ ଉଠାଇ ସେୟାର କରିଛନ୍ତି। ଫଟୋରେ ରିମୋଟ୍‌ ଭିତରେ ଥିବା ବ୍ୟାଟେରୀ ବି ସ୍ପଷ୍ଟ ଦେଖାଯାଉଛି।

NBT

କେବଳ ଏତିକି ନୁହେଁ ଆଉ ଜଣେ ୟୁଜର ସେୟାର କରିଥିବା ସାର୍ଟ ଭିତରର ଫଟୋରେ ବି ସବୁକିଛି ସ୍ପଷ୍ଟ ଦିଶୁଥିବା ଦେଖାଯାଇଛି।

NBT

Leave A Reply

Your email address will not be published.