Odisha News
.

ସବୁ ସୋ ପୂର୍ବରୁ ହନୁମାନ ଚାଳିଶା ପଢନ୍ତି ପଙ୍କଜ ଉଦ୍ଧାସ, ଜାଣନ୍ତୁ ଗଜଲ ସମ୍ରାଟଙ୍କ ବିଷୟରେ କିଛି ଅଜଣା କଥା

ଗଜଲ ଦୁନିଆରେ ଚମକୁଥିବା ଆଉ ଜଣେ ଷ୍ଟାର୍‌ ପଙ୍କଜ ଉଦ୍ଧାସ । ୧୭ ମେ ୧୯୫୧ରେ ଗୁଜୁରାଟର ଜେତପୁରରେ ଜନ୍ମ ଗ୍ରହଣ କରିଥିବା ପଙ୍କଜ ଆଜି ନିଜର ୬୯ତମ ଜନ୍ମ ଦିନ ପାଳନ କରୁଛନ୍ତି । ତଲତ ଅଜିଜ୍‌ ଏବଂ ଜଗଜିତ ସିଂହଙ୍କ ସହ ମିଶି ଗଜଲକୁ ନୂଆ ଦିଗ ଦେଇଛନ୍ତି ପଙ୍କଜ । ଅନେକ ହିନ୍ଦି ସିନେମାରେ ପଙ୍କଜଙ୍କ ଗଜଲର ଯାଦୁ ଦେଖିବାକୁ ମିଳିଛି । ତେବେ ଆଜିର ଦିନରେ ଆସନ୍ତୁ ଜାଣିବା ପଙ୍କଜ ଉଦ୍ଧାସଙ୍କୁ ନେଇ କିଛି ଅଜଣା କଥା ।

ପ୍ରଥମ ପୁରସ୍କାର :

ପଙ୍କଜଙ୍କୁ ମିଳିଥିବା ପ୍ରଥମ ପୁରସ୍କାର ଥିଲା ମାତ୍ର ୫୧ ଟଙ୍କା । ପକୃତରେ ପଙ୍କଜଙ୍କ ବଡ ଭାଇ ମନହର ଜଣେ ପ୍ରସିଦ୍ଧ ସିଙ୍ଗର ଥିଲେ । ଯାହା ଫଳରେ ଗୀତରେ ପଙ୍କଜଙ୍କ ରୁଚି ବଢିବାକୁ ଲାଗିଥିଲା । ଭାରତ ଚୀନ ଯୁଦ୍ଧ ସମୟରେ ମନହର ଉଦ୍ଧାସଙ୍କ ଗୋଟିଏ ଷ୍ଟେଜ୍‌ ସୋ ଚାଲିଥିଲା । ଏହି ସମୟରେ ପଙ୍କଜ ସେଠାରେ ଏ ମେରେ ବତନ କେ ଲୋଗୋ ବୋଲିଥିଲେ । ଯେଉଁଥିରେ ଖୁସି ହୋଇ ଦର୍ଶକ ତାଙ୍କୁ ୫୧ ଟଙ୍କା ପୁରସ୍କାର ଦେଇଥିଲେ ।

ବାର ରେ କରିଥିଲେ କାମ :

pankaj udhasଜମିଦାର ବଂଶ ସହ ସମ୍ପର୍କ ରଖିଥିବା ପଙ୍କଜଙ୍କ ପରିବାରର ଆରମ୍ଭରୁ ସଙ୍ଗୀତ ସହ କୌଣସି ସମ୍ପର୍କ ନଥିଲା । କିନ୍ତୁ କେବେ କେବେ ତାଙ୍କ ବିବାହ ବ୍ରତ ସମୟରେ ଗୀତ ବୋଲନ୍ତି । କଲେଜରୁ ସ୍ନାତକ ନେବା ପରେ ଏକ ବାରରେ କାମ କରୁଥିଲେ ପଙ୍କଜ । ଏହା ମଧ୍ୟରେ ସମୟ ବାହାର କରି ସଙ୍ଗୀତ ଅଭ୍ୟାସ କରୁଥିଲେ । ମଜାକଥା ହେଉଛି ପଙ୍କଜଙ୍କ ଉଭୟ ଭାଇ ନିର୍ମଳ ଏବଂ ମନହର ସଙ୍ଗୀତ ଦୁନିଆ ସହ ଜଡିତ ଥିଲେ ।

ସିନେମାରେ ପ୍ରଥମ ସୁଯୋଗ :

ହିନ୍ଦି ସିନେମାରେ ପଙ୍କଜଙ୍କୁ ପ୍ରଥମ ସୁଯୋଗ ୧୯୭୨ରେ ଆସିଥିବା ଫିଲ୍ମ କାମନା ରେ ମିଳିଥିଲା । କାମନାର କାମ କରୁଥିବା ସମସ୍ତ କଳାକାର ନୂଆ ଥିଲେ । ତେଣୁ ନିର୍ଦ୍ଦେଶକଙ୍କୁ ଏକ ନୂଆ କଣ୍ଠର ତଲାସ ଥିଲା । ଫିଲ୍ମର ସଙ୍ଗୀତକାର ଉଷର ଖନ୍ନାଙ୍କ ପରାମର୍ଶରେ ପଙ୍କଜଙ୍କୁ ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା । ଯଦିଓ ଫିଲ୍ମଟି ଫ୍ଲପ୍‌ ହୋଇଥିଲା କିନ୍ତୁ ପଙ୍କଜଙ୍କ ଗୀତ ଖୁବ୍‌ ପ୍ରଶଂସା ସାଉଁଟିଥିଲା ।

ପ୍ରଥମ ସଫଳତା :

୧୯୮୦ରେ ପଙ୍କଜ ନିଜର ପ୍ରଥମ ଗଜଲ ଆଲବମ୍‌ ଆହଟ୍‌ ରିଲିଜ୍‌ ହୋଇଥିଲା । ଏହିଠାରୁ ହିଁ ପଙ୍କଜଙ୍କ ସଫଳତାର କାହାଣୀ ଆରମ୍ଭ ହୋଇଥିଲା । ୧୯୮୬ରେ ଆସିଥିବା ଫିଲ୍ମ ନାମ ରେ ଏକ ଗୀତ ଥିଲା ଚିଠି ଆଇ ହୈ । ଯାହା ପଙ୍କଜଙ୍କୁ ଦେଇଥିଲା ଅପାର ସଫଳତା । ଏହା ପଙ୍କଜଙ୍କ ସବୁଠାରୂ ଅଧିକ ପସନ୍ଦ କରାଯାଇଥିବା ଗୀତ ।

ସବୁ ସୋ ପୂର୍ବରୁ ପଢନ୍ତି ହନୁମାନ ଚାଲିଶା :

କୌଣସି ବି କାର‌୍ୟ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ହନୁମାନ ଚାଳିଶା ନିଶ୍ଚୟ ପଢନ୍ତି ପଙ୍କଜ । କ୍ୟାସେଟ୍‌ ବିକ୍ରି ଯୁଗରେ ଦେଶର ପ୍ରଥମ ସିଡି ଆଲବମ୍‌ ପଙ୍କଜଙ୍କ ଗଜଲରୁ ହିଁ ଲଂଚ୍‌ ହୋଇଥିଲା ।

Leave A Reply

Your email address will not be published.