ବାଲେଶ୍ୱର ୬୦ ନମ୍ବର ଜାତୀୟ ରାଜପଥ ଚାଲନ୍ତି ଛକରେ ଦୁର୍ଘଟଣା, କଣ୍ଟେନରକୁ ଧକ୍କା ଦେଇ ଓଲଟି ପଡିଲା ପିକଅପ୍‌ ଭ୍ୟାନ୍‌

ବାଲେଶ୍ୱର(କେନ୍ୟୁଜ୍) : କଣ୍ଟେନରକୁ ଧକ୍କା ଦେଇ ଓଲଟି ପଡିଲା ପିକଅପ୍‌ ଭ୍ୟାନ୍‌। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ୬୦ ନମ୍ବର ଜାତୀୟ ରାଜପଥ ଚାଲନ୍ତି ଛକରେ ଏହି ଦୁର୍ଘଟଣା ଘଟିଛି। ପିକଅପ୍‌ ଭ୍ୟାନଟି ଦ୍ରୁତଗତିରେ ଆସି ଆଗରେ ଯାଉଥିବା ଏକ କଣ୍ଟେନରକୁ ଧକ୍କା ଦେଇଥିଲା। ତେବେ ପିକଅପ୍‌ ଭ୍ୟାନରେ ପଶ୍ଚିମବଙ୍ଗକୁ ଗୋରୁ ମାଂସ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ଦୁର୍ଘଟଣା ପରେ ଭ୍ୟାନର ଡ୍ରାଇଭର ଓ ହେଲପର ଫେରାର ହୋଇ ଯାଇଛନ୍ତି। ଘଟଣାସ୍ଥଳରେ ଜଳେଶ୍ୱର ପୋଲିସ ତଦନ୍ତ କରୁଛି।

 

Leave A Reply

Your email address will not be published.