Odisha News

ବିଶ୍ୱକପ୍‌ ବେଳେ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣା, ବର୍ଷେ ପାଇଁ ଟିମ୍‌ରୁ ନିଲମ୍ବିତ ହେଲେ ଏହି ଖେଳାଳି : ଜାଣନ୍ତୁ ସେ କିଏ

ମାଞ୍ଚେଷ୍ଟର : ଆଇସିସି ବିଶ୍ୱକପ ୨୦୧୯ ଏବେ ଶେଷ ପର୍ଯ୍ୟାୟରେ । ଏଭଳି ସ୍ଥିତିରେ ଖେଳାଳିଙ୍କ ବ୍ୟବହାରକୁ ନେଇ ନାନା ଚର୍ଚ୍ଚା ହେଉଛି । ଭାରତୀୟ ବୋଲର୍‌ ମହମ୍ମଦ ସାମିଙ୍କ ନାଁରେ ଅଭିଯୋଗ ପରେ ଏବେ ଆଉ ଜଣେ ଖେଳାଳିଙ୍କ ବିରୋଧରେ ଅଭିଯୋଗ ହୋଇଛି । ତାଙ୍କୁ ବିଶ୍ଵକପ୍‌ ସହ ଦଳରୁ ମଧ୍ୟ ବାହାର କରି ଦିଆଯାଇଛି । ଏହି ଖେଳାଳି ଜଣକ ମ୍ୟାଚ ପରେ ହୋଟେଲରେ କରିଥିବା ଏକ ଭୁଲ ଯୋଗୁଁ ତାଙ୍କୁ ବର୍ଷେ ପାଇଁ ଟିମରୁ ବହିଷ୍କାର କରାଯାଇଛି । ଫଳରେ ତାଙ୍କୁ ନିଜ ଦେଶକୁ ଫେରିଯିବାକୁ ପଡିଛି ।

ତେବେ ଖେଳାଳି ଜଣକ କଣ ଭୁଲ କରିଛନ୍ତି ସେ ନେଇ ଆଇସିସି ବର୍ତ୍ତମାନ କିଛି ସ୍ପଷ୍ଟ କରି ନାହିଁ । ଅଶ୍ୟ ଖେଳାଳି ଜଣକ ହେଉଛନ୍ତି ଆଫଗାନିସ୍ତାନ ଦଳର । ବୋଲର ଅଫତାବ ଆଲମ୍‌ । ଆଫଗାନ କ୍ରିକେଟ ବୋର୍ଡ ଅଫତାବଙ୍କୁ ବର୍ଷେ ପାଇଁ ଟିମରୁ ବାସନ୍ଦ କରିଛି । ସେ କେବଳ ଆନ୍ତର୍ଜାତିକ ନୁହେଁ, ଘରୋଇ କ୍ରିକେଟ୍‌ ମଧ୍ୟ ଖେଳି ପାରିବେ ନାହିଁ ।

ସୂଚନାଯୋଗ୍ୟ ଯେ ଅଫତାବ ଆଲମ ବିଶ୍ୱକପ ସମୟରେ ହୋଟେଲରେ ଜଣେ ମହିଳାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ । ଯେଉଁଥି ପାଇଁ ତାଙ୍କୁ ଏଭଳି ଦଣ୍ଡ ମିଳିଛି । ଘଟଣା ସାଉଥଥମ୍ପପଟନର ଏକ ହୋଟେଲରେ ଘଟିଥିଲା । ଯେଉଁଠାରେ ଆଫଗାନିସ୍ତାନ ଟିମ ରହୁଥିଲା । ଭାରତ-ଆଫଗାନିସ୍ତାନ ମ୍ୟାଚ୍‌ ଦିନ ଏହି ଘଟଣା ଘଟିଥିଲା । ତେବେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ କହିଛି ଯେ ଆଇସିସି ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଯୋଗୁଁ ତାଙ୍କୁ ଦେଶକୁ ଫେରାଇ ଅଣାଗଲା ।

ଆଲାମ ବିଶ୍ୱକପରେ ଶେଷ ମ୍ୟାଚ ଭାରତ ବିପକ୍ଷରେ ଜୁନ ୨୨ ତାରିଖରେ ଖେଳିଥିଲେ । ଏହି ମ୍ୟାଚରେ ସେ ଗୋଟିଏ ଓ୍ଵିକେଟ ନେଇଥିଲେ । ଜୁନ ୨୩ ତାରିଖ ସକାଳେ ଆଇସିସିର ଦୁର୍ନୀତି ନିରୋଧ ୟୁନିଟ୍‌ ଆଫଗାନିସ୍ତାନ ଟିମକୁ ହୋଟେଲରେ ଏକ ଅନ୍ୟ ଜାଗାକୁ ଡାକିଥିଲେ । କିନ୍ତୁ ଆଲାମ ଟିମ ସହ ଆସିନଥିଲେ । ସେ ନିଜ ରୁମରେ ମଧ୍ୟ ନଥିଲେ । ଏହି ବୈଠକରେ ଯୋଗ ନଦେବାରୁ କୋଚ୍‌ ଫିଲ ସିମନ୍ସ ତାଙ୍କୁ ପରବର୍ତ୍ତୀ ଦୁଇଟି ମ୍ୟାଚ ପାଇଁ ନିଲମ୍ବିତ କରିଥିଲେ । ପୂର୍ବରୁ ଆଲାମ ଭାରତ ପାକିସ୍ତାନ ମ୍ୟାଚ ଦେଖିବା ପାଇଁ ଓଲଡ ଟ୍ରାଫଡ ଚାଲି ଯାଇଥିଲେ | ସେଠାରେ ନିଜ ପାଇଁ ଏବଂ ନିଜ ସାଙ୍ଗଙ୍କ ପାଇଁ ଭିଆଇପି ଏଣ୍ଟ୍ରି ପାସ ମାଗିଥିଲେ । ପାସ ଜରିଆରେ ସେ ହସ୍ପିଟାଲିଟି ରୁମ ପର୍ଯ୍ୟନ୍ତ ଚାଲି ଯିବାରୁ ତାଙ୍କୁ ସିକ୍ୟୁରିଟି ଜୋର ଜବରଦସ୍ତ ବାହାର କରି ଦେଇଥିଲେ ।

Leave A Reply

Your email address will not be published.