IPL 2020 : ପରିବାର ସହିତ ଯାଇପାରିବେ ଖେଳାଳି, କିନ୍ତୁ ମାନିବାକୁ ପଡିବ ବିସିସିଆଇର ଏହିସବୁ ସର୍ତ୍ତ

ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌। ତାରିଖ ଘୋଷଣା ହେବା ପରେ ପରିବାର ସହିତ ଖେଳାଳିମାନଙ୍କୁ ଯିବାକୁ ଅନୁମତି ମିଳିଛି। କିନ୍ତୁ ଖେଳାଳିମାନଙ୍କୁ ପରିବାର ସହିତ ଯିବା ପାଇଁ ବିସିସିଆଇ କିଛି ନିୟମ ଏବଂ ସର୍ତ୍ତ ରଖିଛି। ଆଇପିଏଲ ପାଇଁ ପ୍ରସ୍ତୁତ ହୋଇଥିବା ବାୟୋ ସିକୋୟୋର୍ଡ ବିଲିଡିଂରେ ପରିବାର ସହିତ ରହିବାକୁ ହେବ, ସେମାନଙ୍କୁ ବାହାରକୁ ଯିବାକୁ କୌଣସି ଅନୁମତି ଦିଆଯିବ ନାହିଁ।

ଏହାଛଡା କୌଣସି ଖେଳାଳିଙ୍କ ପରିବାରକୁ କ୍ରିକେଟ ଟିମ ମେମ୍ବରଙ୍କ ବସ୍‌ରେ ଯିବାକୁ ଅନୁମତି ମିଳିବ ନାହିଁ। ଖାଲିପଡିଥିବା ଷ୍ଟାଣ୍ଡକୁ କେବଳ ଡ୍ରେସିଂ ରୁମ୍‌ ଭାବେ ବ୍ୟବହାର କରିପାରିବେ। ଖେଳାଳି ଏବଂ କିଛି ଷ୍ଟାଫଙ୍କୁ କରୋନା ଠାରୁ ସୁରକ୍ଷିତ ରଖିବା ପାଇଁ ଜୈବ ସୁରକ୍ଷିତ ବିଲିଡିଂରେ ଆଇପିଏଲ ଆୟୋଜନର ଅନୁମତି ମିଳିଛି।

ipl

ବିସିସିଆଇ ଆଇପିଏ୍‌ଲ ପାଇଁ ଏସ୍‌ଓପି ଜାରି କରିଛି। ଏଥିରେ ଅନେକ ପ୍ରକାରର ନିୟମକୁ ମାନି ଖେଳାଯିବାକୁ କୁହାଯାଇଛି। ଖେଳାଳିମାନଙ୍କର ଲଗାତାର ଅନ୍ତରାଳ ବ୍ୟବଧାନରେ କରୋନା ଟେଷ୍ଟ ହେବ। କୌଣସି ଖେଳାଳିଙ୍କୁ ସଂକ୍ରମଣ ହେବା ପୂର୍ବରୁ ଏହା ବିଷୟରେ ପତ୍ତା ଲଗାଯାଇପାରିବ। ଭାରତ ସରକାରଙ୍କ ଅନୁମତି ମିଳିବା ପରେ ଆଇପିଏଲ୍‌ ପ୍ରସ୍ତୁତି ଦ୍ରୁତଗତିରେ ଚାଲିଛି। ଗଭର୍ଣ୍ଣି କାଉନସିଲ ବୈଠକ ପରେ ଏହା ଉପରେ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.