Odisha News

୨୦୧୧ରେ ହୋଇଥିଲା ବ୍ୟକ୍ତିଙ୍କ ହତ୍ୟା, ଆଠ ବର୍ଷ ପରେ ବ୍ରେନ୍ ମ୍ୟାପିଂ ଜରିଆରେ ପୋଲିସ ପହଁଚିଲା ଅଭିଯୁକ୍ତ ପାଖରେ

ହତ୍ୟାର ରହସ୍ୟକୁ ଖୋଲିବା ଏବଂ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ଅନେକ ପ୍ରକାର ଉପାୟ ଆପଣେଇଥାନ୍ତି। ସେହି ସବୁ ମଧ୍ୟରୁ ଗୋଟିଏ ଉପାୟ ହେଉଛି ବ୍ରେନ୍ ମାପିଂ। ଦିଲ୍ଲୀ କ୍ରାଇମବ୍ରାଞ୍ଜ ପୋଲିସ ଆଠ ବର୍ଷ ତଳେ ହୋଇଥିବା ହତ୍ୟାର ପର୍ଦ୍ଦାଫାସ୍ ବ୍ରେନ ମ୍ୟାପିଂ ଜରିଆରେ କରିଛନ୍ତି। ଆସନ୍ତୁ ଜାଣିବା ଏହି ବ୍ରେନ୍ ମ୍ୟାପିଂ କଣ ତାହା ବିଷୟରେ ଅଧିକ କିଛି।

ଆଠ ବର୍ଷ ପୂର୍ବେ ରବିର ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ ଏବଂ ପ୍ରେମୀ ଓ ଚାଳକ ମିଶି ଅପହରଣ କରିଥିଲେ। ହତ୍ୟା ପରେ ଶବକୁ ରାଜସ୍ଥାନ ଅଲବରସ୍ଥିତ ଗାଁ ଟାପୁକଡାରେ ପୋତିଦେଇଥିଲେ। ଏହି ହତ୍ୟା ବିଷୟରେ ରବିର ସ୍ତ୍ରୀ, ତାଙ୍କ ପ୍ରେମୀ ଏବଂ ଡ୍ରାଇଭରଙ୍କ ବ୍ୟତୀତ ଅନ୍ୟ କେହି ବି ଜାଣିନଥିଲେ।

murder_caseକିନ୍ତୁ ପୋଲିସକୁ ରବିର ସ୍ତ୍ରୀ ସଂକୁନ୍ତଳା ଉପରେ ସନ୍ଦେହ ଥିଲା। ପୋଲିସକୁ କୌଣସି ପ୍ରମାଣ ମିଳୁନଥିଲା କି ରବିର ଶବ ମଧ୍ୟ ପୋଲିସ ଖୋଜି ପାଉନଥିଲା। ଏହାପରେ ପୋଲିସ ରିବର ସ୍ତ୍ରୀ ଏବଂ ତାଙ୍କ ପ୍ରେମିକଙ୍କର ବ୍ରେନ ମ୍ୟାପିଂ କରାଇଲା, ଯାହାପରେ ପୂରା ସତ ସାମ୍ନାକୁ ଆସିଥିଲା।

ଏହି ଟେଷ୍ଟ କରିବାର ସଂକୁନ୍ତଳା ଏବଂ ତାଙ୍କ ପ୍ରେମିକ ଦୋଷୀ ବୋଲି ପ୍ରମାଣିତ ହୋଇଗଲେ। ଏହାପରେ ଉଭୟ ଫେରାର ହୋଇଯାଇତଥିଲେ କିନ୍ତୁ ପୋଲିସ ତାଙ୍କୁ ଖୋଜି ପାଇବାରେ ସଫଳ ହୋଇଥିଲା ଏବଂ ଉଭୟଙ୍କୁ ଗିରଫ କରିଥିଲା।
ଏବେ ଆସନ୍ତୁ ଜାଣିବା ବ୍ରେନ ମ୍ୟାପିଂ କଣ ?

ବ୍ରେନ୍ ମ୍ୟାପିଂ ଟେଷ୍ଟରେ ଅଭିଯୁକ୍ତଙ୍କୁ ଏକ ହେଲମେଟନୁମା ଯନ୍ତ୍ର ପିନ୍ଧିବାକୁ ଦିଆଯାଇଥାଏ। ଏହାପରେ କମ୍ପ୍ୟୁଟର ସାହାଯ୍ୟରେ ମସ୍ତିଷ୍କରେ ଚାଲୁଥିବା ଗତିପଥକୁ ରେକର୍ଡ କରାଯାଏ। ଏଥିରେ ଅନେକ ପ୍ରକାରର ସେନସର୍ ଲାଗିଥାଏ। ଟେଷ୍ଟ ସମୟରେ ଫରେନସିକ୍ ଏକସପର୍ଟ ଅଭିଯୁକ୍ତଙ୍କୁ ଅପରାଧ ସହିତ ଜଡିତ ଫଟୋ ଏବଂ ବସ୍ତୁ ଦେଖାଇଥାନ୍ତି ଏହାପରେ ତାଙ୍କ ମସ୍ତିଷ୍କରେ ହେଉଥିବା ହଲଚଲକୁ ଡିକୋଡ କରାଯାଇଥାଏ। ବ୍ରେନ୍ ମ୍ୟାପିଂକୁ ଇଲେକଟ୍ରୋଏନସଫଲୋଗ୍ରାମ ମଧ୍ୟ କୁହାଯାଇଥାଏ।

Loading...

Leave A Reply

Your email address will not be published.