ଗୋଟେ ଦିନର ବିରତି ପରେ ପୁଣି ବଢିଲା ପେଟ୍ରୋଲ- ଡିଜେଲ ଦାମ୍‌, ଜାଣନ୍ତୁ କ’ଣ ରହିଛି ଭୁବନେଶ୍ୱରରେ ଦାମ୍‌

ଲଗାତାର ତିନି ସପ୍ତାହ ପେଟ୍ରୋଲ- ଡିଜେଲ ବଢିବା ପରେ ଏହାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଚାଲିଛି। ଏହାକୁ ନେଇ ବିରୋଧୀ ପ୍ରଦର୍ଶନ କରିପାରେ ଲାଗିଛନ୍ତି। ଗତ ୨୩ ଦିନ ମଧ୍ୟରେ ପେଟ୍ରୋଲର ଦାମ ୯.୧୭ ଟଙ୍କା ପ୍ରତି ଲିଟର ବଢିଥିବା ବେଳେ ଡିଜେଲର ଦାମ ୧୧.୨୩ ଟଙ୍କା ବଢିଛି। ଗୋଟେ ଦିନ ପେଟ୍ରୋଲ ଓ ଡିଜେଲ ଦାମ ସ୍ଥିର ରହିବା ପରେ ପୁଣି ଆଜି ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ଘଟିଛି।
ପୁଣି ସୋମବାର ଦିନ ପେଟ୍ରୋଲ ଲିଟର ପିଛା ୫ ପଇସା ଏବଂ ଡିଜେଲ ୧୩ ପଇସା ବୃଦ୍ଧି ପାଇଛି। ଯାହାକୁ ନେଇ ଲୋକମାନଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

diesel

ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦.୪୩ ପଇସା ଏବଂ ଡିଜଲେ ୮୦.୫୩ ପଇସା ରହିଛି। ସେହିପରି କଲିକତା, ମୁମ୍ବାଇ, ଚେନ୍ନାଇରେ ପେଟ୍ରୋଲ ଓ ଡିଜେଲ ଦାମ ଯଥାକ୍ରମେ ୮୨,୧୦, ୭୫.୬୪, ୮୭.୧୯, ୭୮.୮୩, ୮୩.୬୩, ୭୭.୭୨ ଟଙ୍କା ରହିଛି। ସେହିପରି ଭୁବନେଶ୍ୱରରେ ଆଜି ପେଟ୍ରୋଲର ଦାମ ୮୧. ୧୩ ଟଙ୍କା ପ୍ରତି ଲିଟର ରହିଥିବାବେଳେ ଡିଜେଲର ଦାମ ରହିଛି ୭୮.୫୬ ଟଙ୍କା ପ୍ରତି ଲିଟର ରହିଛି।

Leave A Reply

Your email address will not be published.