ଘର ବାହାରେ କାର ପାର୍କ କରିବା ଏହି ଅଷ୍ଟ୍ରେଲିୟ କ୍ରିକେଟରଙ୍କୁ ପଡିଲା ମହଙ୍ଗା, ଡୋର କାଚ ଭାଙ୍ଗି ପର୍ସ ନେଇଗଲା ଚୋର

କରୋନା ଲକଡାଉନ ସମୟରେ ଏବେ ସମସ୍ତେ ନିଜକୁ ଘରେ ବନ୍ଦୀ କରି ରଖିଛନ୍ତି । କିନ୍ତୁ କେତେକ ସ୍ଥାନରେ ଏହି ଆଇସୋଲେଶନର ଫାଇଦା ଉଠାଉଛନ୍ତି ଚୋରମାନେ ।

ଅଷ୍ଟ୍ରେଲିଆର ଟେଷ୍ଟ ଟିମ କ୍ୟାପଟେନ ଟିମ ପେନ ସୂଚନା ଦେଇଛନ୍ତି କି, ତାଙ୍କ କାରରୁ ତାଙ୍କର ପର୍ସ ଚୋରି ହୋଇଯାଇଛି । ସେ ନିଜ କାରକୁ ଗ୍ୟାରେଜରୁ ବାହାର କରି ଗଳିରେ ପାର୍କ କରିଥିଲେ । ହେଲେ ରାସ୍ତା ଉପରେ ଥୁଆ ହୋଇଥିବା କାରରୁ କେହି ତାଙ୍କ ପର୍ସକୁ ଚୋରି କରିନେଇଛି ।

aw

ଟିମ ପେନ ଆହୁରି କହିଥିଲେ କି, ଯେତେବେଳେ ତାଙ୍କ କ୍ରେଡିଟ କାର୍ଡର ଅସଦ ବ୍ୟବହାରକୁ ନେଇ ତାଙ୍କ ପାଖକୁ ମେସେଜ ଆସିବାରେ ଲାଗିଲା, ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ଘର ବାହାରକୁ ଯାଇ ଦେଖିଲା ବେଳକୁ ତାଙ୍କ କାରର ଡୋର ଖୋଲାଥିଲା ଏବଂ ପର୍ସ ନ ଥିଲା ।

ତାଙ୍କ କହିବା ଅନୁଯାୟୀ, ଲୋକେ ଆଇସୋଲେସନରେ ଥିବାରୁ ବାହାରକୁ ଜିମ ଯିବା ସମ୍ଭବ ନ ଥିଲା। ତେଣୁ ସେ ନିଜ ଗ୍ୟାରେଜକୁ ହିଁ ଜିମ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ କାରକୁ ବାହାରେ ପାର୍କ କରିଥିଲେ ।

Leave A Reply

Your email address will not be published.