Odisha News

ତୀବ୍ର ହେଉଛି ରାଫେଲ ବିବାଦ, ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍ସୱା ଓଲାନ୍ଦଙ୍କ ବୟାନ ପରେ, ମୋଦିଙ୍କୁ ଘେରିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ରାଫେଲକୁ ନେଇ ରାହୁଲ ଗାନ୍ଧିଙ୍କ ଆକ୍ରମଣ ଦିନକୁ ଦିନ ଶାଣିତ ହେବାରେ ଲାଗିଛି। ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍ସୱା ଓଲାନ୍ଦଙ୍କ ବୟାନ ପରେ,  ଦୁର୍ନୀତି ଅଭିଯୋଗରେ ପ୍ରଧାନମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ସିଧା ଆକ୍ରମଣ କରିଛନ୍ତି। ସେପଟେ ଅଭିଯୋଗକୁ ଖଣ୍ଡନ କରିଛି ପ୍ରତିରକ୍ଷା ମନ୍ତ୍ରାଳୟ। ଏହାସହ  ପ୍ରଧାନମନ୍ତ୍ରୀଙ୍କ  ପ୍ରତି ରାହୁଲଙ୍କ ବୟାନକୁ ସମାଲୋଚନା କରିଛି ବିଜେପି।

ରାଫେଲ ଗତିଠାରୁ ମଧ୍ୟ ତୀବ୍ର ହେଲାଣି ତାର ବିବାଦ। ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍‌ସ୍ୱା ଓଲାନ୍ଦଙ୍କ ମନ୍ତବ୍ୟ ରାଜନୈତିକ ନିଆଁରେ ଘିଅ ଢାଳି ଦେଇଛି। ଅନିଲ ଅମ୍ବାନୀଙ୍କ କଂପାନୀଙ୍କୁ କଣ୍ଟ୍ରିକ୍ଟ ମିଳିବା ନେଇ, ପ୍ରଧାନମନ୍ତ୍ରୀଙ୍କ ଉପରେ ସିଧା ଆକ୍ରମଣ କରିଛନ୍ତି ରାହୁଲ ଗାନ୍ଧି। କାହିଁକି ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗରେ ଚୁପ୍‌ ଅଛନ୍ତି  ବୋଲି ପ୍ରଶ୍ନ କରିଛନ୍ତି ରାହୁଲ।

rafale

ଫ୍ରାନସ ଗଣମାଧ୍ୟମକୁ ଓଲାନ୍ଦ କହିଛନ୍ତି, ରାଫେଲ ଚୁକ୍ତିରେ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସ କଂପାନୀଙ୍କୁ ଚୟନରେ ତାଙ୍କ ସରକାରଙ୍କ ଭୂମିକା ନଥିଲା। ଭାରତ ସରକାର ଯାହାର ନାଁ ସୁପାରିଶ କରିଥିଲେ ଦସୋଲ୍ଟ ଏଭିଏସନ ତାକୁ ଚୟନ କରିଥିଲା।  ଫ୍ରାନସ୍ୱା ଓଲାନ୍ଦଙ୍କ ମନ୍ତବ୍ୟ ପରେ, ଫ୍ରାନ୍ସ ବୈଦେଶିକ ବିଭାଗର ସ୍ପଷ୍ଟୀକରଣ, କଂପାନୀ ଚୟନରେ ତାଙ୍କ ଦେଶର କୌଣସି ଭୂମିକା ନାହିଁ। ସେପଟେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟଣ ମଧ୍ୟ ସ୍ପଷ୍ଟୀକରଣ ଦେଇଛି, ଓଲାନ୍ଦ ବୟାନରୁ ଅଯଥା ବିବାଦ ସୃଷ୍ଟି କରାଯାଉଛି। କେଉଁ ପରିପ୍ରେକ୍ଷୀରେ ଓଲାନ୍ଦ ବୟାନ ଦେଇଛନ୍ତି ତାର ଅନୁଧ୍ୟାନ ଆବଶ୍ୟକ। ରିଲାଏନ୍ସ ଡିଫେନ୍ସକୁ ଚୟନ ନିଷ୍ପତ୍ତି ରାଫେଲ ଉତ୍ପାଦନକାରୀ ସଂସ୍ଥା ଦାସୋଲ୍ଟର ନିଜସ୍ୱ ନିଷ୍ପତ୍ତି। ଦାସୋଲ୍ଟ ମଧ୍ୟ ସ୍ପଷ୍ଟୀକରଣ ଦେଇ ନିଷ୍ପତ୍ତିକୁ ନିଜସ୍ୱ ବୋଲି କହୁଛି।

modi rahul

ୟୁପିଏ ସମୟରେ ଫ୍ରାନ୍ସ ସହ ୧୨୬ଟି ରାଫେଲ ପାଇଁ କିଣିବା ପାଇଁ ଚୁକ୍ତି ହୋଇଥିଲା। ସେତେବେଳେ ଦାସୋଲ୍ଟ ସହ ପାର୍ଟନର ହୋଇଥାନ୍ତା ଏଚ୍‌ଏଏଲ। କିନ୍ତୁ ଚୁକ୍ତି କାର୍ଯ୍ୟକାରୀ ହୋଇ ନଥିଲା। ୨୦୧୫ରେ ମୋଦି-ଫ୍ରାନ୍ସୱା ଓଲାନ୍ଦଙ୍କ ମଧ୍ୟରେ ନୂଆ ଚୁକ୍ତି ହେଲା । ଏଥର ୩୬ଟି ବିମାନ କିଣା ନେଇ ଚୁକ୍ତି ହେଲା। ଦାସୋଲ୍ଟର ନୂଆ ପାର୍ଟନର ହେଲା ରିଲାଏନ୍ସ ଡିଫେନ୍ସ। ଏହାପରଠାରୁ ରାଫେଲ ଦର ଓ ରିଲାଏନ୍ସ ଡିଫେନ୍ସକୁ ନେଇ ବିବାଦ ଘନୀଭୂତ ହୋଇଛି।

 

Leave A Reply

Your email address will not be published.