୧୦୦୦ତମ ଦିନିକିଆ ମ୍ୟାଚ ହାତେଇଲା ଭାରତ, ରୋହିତଙ୍କ ସର୍ବାଧିକ ପ୍ରଦର୍ଶନ

୧୦୦୦ତମ ଦିନିକିଆ ମ୍ୟାଚରେ ଭାରତ ବିଜୟୀ । ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇ ମ୍ୟାଚ ସିଲ କଲା ଭାରତ । ୧୭୬ରନର ଟାର୍ଗେଟକୁ ପିଛାକରି ଭ୍ରମଣକାରୀ ଦଳକୁ ମାତ ଦେଇ ମ୍ୟାଚକୁ ନିଜ ନାଁରେ କରିଛି ଟିମ ଇଣ୍ଡିଆ । ଭାରତ ପକ୍ଷରୁ ରୋହିତ ସର୍ବାଧିକ ୬୦ ରନ୍, ଇଷାନ କିସାନ ୨୮ ରନ୍ କରିଥିବା ବେଳେ କୋହଲୀ ମାତ୍ର ୮ ରନ୍ କରି ପାଭିଲିୟନ ଫେରିଥିଲେ । ଖେଳ ପ୍ରାରମ୍ଭରୁ ରୋହିତ ଦେଖାଇଥିଲେ ଦମ । ଫଳରେ ଦୁଇ ଓପନର ଯୋଡ଼ି ରୋହିତ ଓ ଇସାନ ପ୍ରଥମ ଓ୍ଵିକେଟ ପାଇଁ ୮୪ ରନ୍ର ସ୍କୋର ଛିଡ଼ା କରି ବିଜୟ ପକ୍କା କରିବାର ବାଟ ଫିଟାଇଥିଲେ ।

ଏପଟେ ୱେଷ୍ଟଇଣ୍ଡିଜ ଟିମ୍ ଲଗାତାର ଓ୍ଵିକେଟ ହରାଇ ଚାଲିଥିଲା । ଏମିତିକି ଅଧିନାୟକ କାଇରନ୍ ପୋଲାର୍ଡ ମଧ୍ୟ ଭାରତୀୟ ବୋଲରଙ୍କ ସାମନା କରିପାରିନଥିଲେ । ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଟିମ ଇଣ୍ଡିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.