Odisha News
.

ନିର୍ମାଣଧୀନ ରାମକୋ ସିମେଣ୍ଟର ଗ୍ରାଇଡିଂ ୟୁନିଟ କାମକୁ ବିରୋଧ କଲେ ସ୍ଥାନୀୟ ଲୋକ

ramcoଯାଜପୁର: ଧର୍ମଶାଳା ବ୍ଲକ ହରିଦାସପୁରରେ ନିର୍ମାଣଧୀନ ରାମକୋ ସିମେଣ୍ଟର ଗ୍ରାଇଡିଂ ୟୁନିଟ କାମକୁ ବିରୋଧ କଲେ ସ୍ଥାନୀୟ ଲୋକ। ରାମକୋ କମ୍ପାନି ପକ୍ଷରୁ ହରିଦାସପୁରଠାରେ ଏହି ସିମେଣ୍ଟ ଗ୍ରାଇଡିଂ ପ୍ଳାଣ୍ଟ ତିଆରି ହେଉଛି। ଶହେ ଏକରରୁ ଉର୍ଦ୍ଧ୍ୱ ଜମିରେ କାରଖାନା ନିର୍ମାଣ ପାଇଁ ଖର୍ଚ୍ଚ ହେଉଛି ୪୦୯ କୋଟି ଟଙ୍କା। ପ୍ଳାଣ୍ଟ ହେଲେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ କମ୍ପାନୀ କର୍ତ୍ତୃପକ୍ଷ। ହେଲେ ଏବେ ପ୍ରତିଶ୍ରୁତି ଖିଲାପ କରୁଥିବା ଅଭିଯୋଗ କରି ପ୍ଳାଣ୍ଟ କାମକୁ ବିରୋଧ କରିଛନ୍ତି ଗ୍ରାମବାସୀ। ରାସ୍ତାରେ ବାଲି ଟ୍ରକ ଗୁଡିକୁ ଅଟକାଇ ଫେରାଇ ଦେଇଛନ୍ତି। କମ୍ପାନୀ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନ ନକରିବା ଯାଏ କାମ କରାଇ ଦେବେନାହିଁ ବୋଲି ଜିଦ୍‌ ଧରିଛନ୍ତି ସ୍ଥାନୀୟ ଲୋକେ। ଏନେଇ ସେଠାରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଲୋକଙ୍କୁ ବୁଝାସୁଝା କରିଛି।

 

Leave A Reply

Your email address will not be published.