Realme Narzo 10A କିଣିବାର ସୁବର୍ଣ୍ଣ ସୁଯୋଗ, ୧୦ ହଜାର ଠାରୁ କମ୍‌ ମୂଲ୍ୟ ଫୋନରେ ମିଳୁଛି ଦମଦାର ଫିଚର୍ସ

ଆପଣ କମ୍‌ ବଜେଟରେ ଦମଦାର ଫିଚର୍ସ ଥିବା ଫୋନ କିଣିବାକୁ ଚାହୁଛନ୍ତି କି ? ତେବେ ଆପଣଙ୍କ ପାଖରେ ରହିଛି ସୁବର୍ଣ୍ଣ ସୁଯୋଗ। Realme Narzo 10A ଫୋନ ଦିନ ୧୨ଟାରୁ ଫ୍ଲାସ ସେଲ ଆରମ୍ଭ ହେବାକୁ ଯାଉଛି। ଏହି ଫୋନ ରିଅଲ ମି ଇଣ୍ଡିଆ ଏବଂ ଇ-କର୍ମସସାଇଟ୍‌ ଫ୍ଲିପକାର୍ଟରେ ଉପଲବ୍ଧ ହେବ। ଏହି ଫୋନ କିଣିଲେ ଶାନଦାର ଡିସକାଉଣ୍ଟ ସହ ଆକର୍ଷଣୀୟ ଅଫର ମିଳିଛି।

ଏହି ସ୍ମାର୍ଟଫୋନର ୩ ଜିବି ରାମ, ୩୨ ଜିବି ଷ୍ଟୋରେଜ ଏବଂ ୪ ଜିବି ରାମ ଏବଂ ୬୪ ଜିବି ଷ୍ଟୋରେଜର ଭାରିଅଣ୍ଟରେ ଉପଲବ୍ଧ ହେବ। ଏହାର ପ୍ରଥମ ଭାରିଅଣ୍ଟର ମୂଲ୍ୟ ୮,୯୯୯ ଟଙ୍କା ଏବଂ ଦ୍ୱିତୀୟ ଭାରିଅଣ୍ଟର ମୂଲ୍ୟ ୯,୯୯୯ ଟଙ୍କା ରହିଛି। ଏହି ଫୋନକୁ ଫ୍ଲିପକାର୍ଟର ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡରେ କିଣିଲେ ୫ ପ୍ରତିଶତ କ୍ୟାସବ୍ୟାକ ସହିତ ଆକ୍ସିସ ବ୍ୟାଙ୍କର ବଜରୁ ପେମେଣ୍ଟ କରିବାରେ ୧୦ ପ୍ରତିଶତ ଡିସକାଉଣ୍ଟ ମିଳିବ। ନୋ କଷ୍ଟ ଇଏମଆଇ ଅଫର ସହିତ ଫୋନକୁ କିଣିପାରିବେ।

realme-narzo-10-

Realme Narzo 10 A କୁ ନେଇ ଖବର ଆସିଛି ଏହି ଫୋନରେ ୬.୫ଇଞ୍ଚର ଓ୍ଵାଟରଡ୍ରପ ନଞ୍ଚ ଡିସପ୍ଲେ ପାଇପାରିବେ। ଏହାବ୍ୟତୀତ ଫୋନରେ ଚାରଟି ରିୟର କ୍ୟାମେରା ରହିଛି। ଯେଉଁଥିରେ ମୁଖ୍ୟ କ୍ୟାମେରା ୪୮ ମେଗାପିକ୍ସଲ ରହିବ। ଫୋନରେ 5000mAh ର ବ୍ୟାଟେରୀ ରହିଛି, ଯାହା ଫାଷ୍ଟ ଚାର୍ଜିର୍ଂକୁ ସପୋର୍ଟ କରିବ। ସେହିଭଳି Realme Narzo 10A ରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍ ମିଳିବ। ଏଥିରେ ହିଲିୟୋ G80 ପ୍ରୋସେସର ମଧ୍ୟ ରହିଛି। ଫୋନରେ ଆଣ୍ଡ୍ରୋଏଡ ୧୦ ଆଧାରିତ ରିୟଲମି ୟୁଆଇ ପାଇପାରିବେ।

Leave A Reply

Your email address will not be published.