ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆରେ ଚାକିରି ପାଇଁ କରନ୍ତୁ ଆବେଦନ, ବାର୍ଷିକ ମିଳିବ ୧୩ ଲକ୍ଷ ଟଙ୍କା

ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆରେ ଖାଲିପଡିଛି ଜୁନିଅର ଇଂଜିନିୟର ଏବଂ ନନ୍-ଏଗ୍ଜିକ୍ୟୁଟିଭ ପଦବୀ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ନୋଟିଫିକେସନକୁ ଯାଇ ଚେକ୍ କରିପାରିବେ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୫, ୨୦୨୫ ରହିଛି । ସେହିଭଳି ନନ୍ ଏଗ୍ଜିକ୍ୟୁଟିଭ ପଦବୀ ପାଇଁ ଭର୍ତ୍ତି ୧୭ ଫେବୃଆରୀରୁ ୧୮ ମାର୍ଚ୍ଚ ଯାଏଁ ଚାଲିବ ।
ପଦବୀ ବିବରଣୀ : ୩୦୭
ଜୁନିଅର ଇଂଜିନିୟର : ୮୩
ନନ୍-ଏଗ୍ଜିକ୍ୟୁଟିଭ : ୨୨୪
ଜରୁରୀ ତାରିଖ : ଜୁନିଅର ଇଂଜିନିୟରରେ ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୫, ୨୦୨୫ ରହିଛି । ସେହିଭଳି ନନ୍ ଏଗ୍ଜିକ୍ୟୁଟିଭ ପଦବୀ ପାଇଁ ଭର୍ତ୍ତି ୧୭ ଫେବୃଆରୀରୁ ୧୮ ମାର୍ଚ୍ଚ ଯାଏଁ ଚାଲିବ ।
ଶିକ୍ଷାଗତ ଯୋଗ୍ୟତା: ଇଚ୍ଛୁକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ପଦବୀ ଅନୁସାରେ ଭିନ୍ନ ଭିନ୍ନ ରହିଛି । ତେଣୁ ଆବେଦନ ପାଇଁ ଇଚ୍ଛା ରଖିଥିବା ପ୍ରାର୍ଥୀ ଅଫିସିଆଲ ନୋଟିଫିକେସନ ଚେକ୍ କରିପାରିବେ ।
ବୟସ ସୀମା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ବୟସ ସୀମା ଜାଣିବା ପାଇଁ ନୋଟିଫିକେସନ ଚେକ୍ କରିପାରିବେ ।
ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀଙ୍କୁ ଆବେଦନ କରିବା ପାଇଁ ୧୦୦୦ ଟଙ୍କା ଦେବାକୁ ହେବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ବାର୍ଷିକ ୧୩ ଲକ୍ଷ ଟଙ୍କା ଏବଂ ସିଟିସି ମିଳିବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ କମ୍ପ୍ୟୁଟର ଟେଷ୍ଟ, ଡକ୍ୟୁମେଣ୍ଟ ଭେରିଫିକେସନ ଜରିଆରେ ହେବ ।
ଆବେଦନ ପ୍ରକ୍ରିୟା :
ଇଚ୍ଛୁକ ପ୍ରାର୍ଥୀ ଏଏଆଇର ଅଫିସିଆଲ ପୋର୍ଟାଲକୁ ଯିବାକୁ ହେବ ।
ଏହାପରେ ଜୁନିଅର ଇଂଜିନିୟର ଏବଂ ନନ୍-ଏଗ୍ଜିକ୍ୟୁଟିଭ ପାଇଁ ନୋଟିଫିକେସନ ଚେକ୍ କରିବାକୁ ହେବ ।
ଜରୁରୀ ପର୍ସନାଲ ଏବଂ ଶିକ୍ଷାଗତ ଯୋଗ୍ୟତା ସହିତ ଆବେଦନ କରିବାକୁ ହେବ ।
ସମସ୍ତ ଜରୁରୀ ଦସ୍ତାବିଜ ଦେବା ସହିତ ଆବେଦନ ଶୁଳ୍କ ଭରିବାକୁ ହେବ ।
ଏହାପରେ ଫର୍ମ ସବମିଟ୍ କରିବାକୁ ହେବ ।
ଶେଷରେ ଭବିଷ୍ୟତ ପାଇଁ ଏକ ପ୍ରିଣ୍ଟଆଉଟ୍ କାଢି ରଖିବାକୁ ହେବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।
Also Read : ଓଡିଶା ପୋଲିସରେ ୯୩୩ ସବ୍- ଇନ୍ସପେକ୍ଟର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ