ଆର୍ମି ଅଡିନାନ୍ସ କୋର ରେ ୧୭୯୩ ଟ୍ରେଡସମେନ୍‌ ମେଟ୍‌ ଓ ଫାୟାରମେନ ପଦବୀ ପାଇଁ ଆବେଦନ କରନ୍ତୁ, ଜାଣନ୍ତୁ ପ୍ରକ୍ରିୟା

ଆର୍ମି ଅଡିନାନ୍ସ କୋର ରେ ସରକାରୀ ଚାକିରି ପାଇଁ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ଆର୍ମି ଅଡିନାନ୍ସ କୋର (ଏଓସି) ର ସେଣ୍ଟ୍ରାଲ ରିକ୍ୟୁଟ ମେଣ୍ଟ ସେଲ ସାରା ଦେଶରେ ଥିବା ବିଭିନ୍ନ ୟୁନିଟରେ ଗ୍ରୁପ ସି ସିଭିଳିୟାନ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରିଛି ।

କେନ୍ଦ୍ର ଦ୍ୱାରା ଜାରି ବିଜ୍ଞାପନ (AOC/CRC/2023/JAN/AOC-22 ଜାନୁଆରୀ 14 ତାରିଖ 2023) ଅନୁଯାୟୀ ଟ୍ରେଡସମେନ ମେଟ୍‌ ୧୨୪୯ ପଦବୀ ଓ ଫାୟାରମେନ ପାଇଁ ୫୪୪ ପଦବୀ ମୋଟ ୧୬୭୩ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଜାରି । ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ୨୮ ଜାନୁଆରୀରୁ ଆରମ୍ଭ ହେବ ।

ସିଆରସି ଏଓସି ଏହାର ସୂଚନା ସଦ୍ୟ ରୋଜଗାର ସମାଚାର ଖବରରେ ଜାରି କରିଛି । ଖୁବ୍‌ ଶୀଘ୍ର ଏହାର ସଂପୂର୍ଣ୍ଣ ବିବରଣୀ ଅଫିସିଆଲ େଓ୍ଵବସାଇଟ୍‌ aocrecruitment.gov.in ରେ ଜାରି କରିବ । ଯାହା ମାଧ୍ୟମରେ ପ୍ରାର୍ଥୀ ଆବେଦନର ପୂରା ପ୍ରକ୍ରିୟା,ଯୋଗ୍ୟତା ମାନଦଣ୍ଡ ଜାଣିପାରିବେ । ଖାଲି ପଦବୀ ନିମ୍ନ ପ୍ରକାରେ ।

ଏଓସି ୧୭୯୩ ଟ୍ରେଡସମେନ ମେଟ୍‌, ଫାୟାରମେନ୍‌ ନିଯୁକ୍ତି ୨୦୨୩ ପାଇଁ ସଂକ୍ଷିପ୍ତ ସୂଚନା ଡାଉନଲୋଡ ଲିଙ୍କ୍‌ :

• ଇଷ୍ଟର୍ଣ୍ଣ ରିଜନ୍‌– ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର- ଫାୟାରମେନ -୬୯, ଟ୍ରେଡସମେନ ମେଟ୍‌-୧୩୯

• େଓ୍ଵଷ୍ଟର୍ଣ୍ଣ ରିଜନ୍‌- ଦିଲ୍ଲୀ, ପଞ୍ଜାବ, ହିମାଚଳ ପ୍ରଦେଶ, ହରିୟାଣା- ଫାୟାରମେନ –୭୧, ଟ୍ରେଡସମେନ ମେଟ୍‌-୪୩୦

• ନଦର୍ଣ୍ଣ ରିଜନ୍‌- ଜମ୍ମୁ ଆଣ୍ଡ କଶ୍ମୀର,ଲଦାଖ-ଫାୟାରମେନ –୧୧୯, ଟ୍ରେଡସମେନ ମେଟ୍‌-୧୮୧

• ସଦର୍ଣ୍ଣ ରିଜନ୍‌- ମହାରାଷ୍ଟ୍ର,ତେଲେଙ୍ଗାନା, ତାମିଲନାଡୁ-ଫାୟାରମେନ –୧୧୧, ଟ୍ରେଡସମେନ ମେଟ୍‌-୧୮୧

• ସାଉଥ େଓ୍ଵଷ୍ଟର୍ଣ୍ଣ ରିଜନ- ରାଜସ୍ଥାନ, ଗୁଜୁରାଟ-ଫାୟାରମେନ –୮୯, ଟ୍ରେଡସମେନ ମେଟ୍‌-୧୬୪

• ସେଣ୍ଟ୍ରାଲ େଓ୍ଵଷ୍ଟ ରିଜନ- ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ,ଉତ୍ତରାଖଣ୍ଡ-ଫାୟାରମେନ –୩୯, ଟ୍ରେଡସମେନ ମେଟ୍‌-୬୬

• ସେଣ୍ଟ୍ରାଲ ଇଷ୍ଟ ରିଜନ୍‌- ପଶ୍ଚିମ ବଂଗ, ଝାରଖଣ୍ଡ, ସିକ୍କିମ୍‌- ଫାୟାରମେନ –୪୬, ଟ୍ରେଡସମେନ ମେଟ୍‌-୬୩

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.