AIIMS ଗୋରଖପୁର ପାଇଁ ତୁରନ୍ତ କରନ୍ତୁ ଆବେଦନ, ବିନା ପରୀକ୍ଷାରେ ହେବ ଚୟନ

ଚିକିତ୍ସା କ୍ଷେତ୍ରରେ କ୍ୟାରିଅର କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଏମ୍ସ ଗୋରଖପୁର ତରଫରୁ ଅନେକ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଫେବୃଆରୀ ୧୦ ପର୍ଯ୍ୟନ୍ତ କରିପାରିବେ ଆବେଦନ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯିବାକୁ ହେବ ।

ଖାଲିପଡିଥିବା ପଦବୀ ମଧ୍ୟରେ ପ୍ରୋଜେକ୍ଟ ରିସର୍ଚ୍ଚ ସାଇଣ୍ଟିଷ୍ଟ-୩(ନନ୍ ମେଡିକାଲ), ପ୍ରୋଜେକ୍ଟ ରିସର୍ଚ୍ଚ ସାଇଣ୍ଟିଷ୍ଟ-୨(ନନ୍ ମେଡିକାଲ), ପ୍ରୋଜେକ୍ଟ ଟେକ୍ନିକାଲ ସପୋର୍ଟ-୩, ସିନିଅର ପ୍ରୋଜେକ୍ଟ ଆସିଷ୍ଟାଣ୍ଟ, ଡାଟା ଏଣ୍ଟ୍ରି ଅପରେଟର, ପ୍ରୋଜେକ୍ଟ ଟେକ୍ନିକାଲ ସପୋର୍ଟ ୧ ଏବଂ ପ୍ରୋଜେକ୍ଟ ନର୍ସ ୧-୧ ପଦବୀରେ ଭର୍ତ୍ତି ହେବ ।

ପଦବୀ ବିବରଣୀ : ୭

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ଫେବୃଆରୀ ୧୦ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ସମ୍ବନ୍ଧୀୟ କ୍ଷେତ୍ରରେ ପିଜି/ପିଏଚଡି/ବିଏସସି/ଏଏନଏମ୍ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୫ ରୁ ୪୫ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

ଚୟନ ପ୍ରକ୍ରିୟା : ଖାଲିପଡିଥିବା ପଦବୀ ପାଇଁ ଚୟନ ଇଣ୍ଟଭ୍ୟୁ ଜରିଆରେ ହେବ । ଇଚ୍ଛୁକ ପ୍ରାର୍ଥୀ ଆବଶ୍ୟକ ଦସ୍ତାବିଜ ସହିତ ୱାକ୍-ଇନ-ଇଣ୍ଟରଭ୍ୟୁରେ ସାମିଲ ହେବାକୁ ପଡିବ । ଇଣ୍ଟରଭ୍ୟୁ ଫେବୃଆରୀ ସକାଳ ୮.୩୦ରେ ଆୟୋଜିତ ହେବ ।

ଇଣ୍ଟରଭ୍ୟୁ ଦିନ ଜରୁରୀ ଡକ୍ୟୁମେଣ୍ଟ ଧରି ପହଞ୍ଚିବାକୁ ହେବ । ଇଚ୍ଛୁକ ପ୍ରାର୍ଥୀ ଆପ୍ଲିକେସନଫର୍ମ ସହିତ ଫଟୋ, ଠିକଣା, ଜନ୍ମ ପ୍ରମାଣପତ୍ର, ମାର୍କସିଟ, ଅଭିଜ୍ଞତା ସାର୍ଟିଫିକେଟ ଇତ୍ୟାଦି ସାଙ୍ଗରେ ନେବା ଜରୁରୀ ।
Department of Community and Family Medicine, Academic Block (MNC Building), AIIMS, Gorakhpur.

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ । 

Also Read : UPSC ସିଭିଲ ପରୀକ୍ଷା ୨୦୨୫ ପାଇଁ ନୋଟିଫିକେସନ ଜାରି, କରନ୍ତୁ ଆବେଦନ

You might also like