ଏମ୍ସରେ ମିଳିବ ଚାକିରି, ଦରମା ମାସକୁ ୬୭ ହଜାର ଟଙ୍କା

AIIMS ପାଟନାରେ ଖାଲିପଡିଛି ପଦବୀ । ଏଠାରେ ସିନିଅର ରେଜିଡେଣ୍ଟ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଇଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ପାଟନା ଏମ୍ସର ଅଫିସିଆଲ ସାଇଟ୍କୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଅକ୍ଟୋବର ୭ ପୂର୍ବରୁ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୫୨
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୭ ରହିଛି ।
ବୟସ ସୀମା : ଆବେଦନ ପାଇଁ ଇଛୁକ ପ୍ରାର୍ଥୀଙ୍କ ବୟସ ୪୫ ବର୍ଷ ହେବା ଜରୁରୀ ।
ଆବେଦନ ଶୁଳ୍କ : ସାମାନ୍ୟ /ଓବିସି ପ୍ରାର୍ଥୀ ୧୫୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/EWS ପ୍ରାର୍ଥୀ ୧୨୦୦ ଟଙ୍କା ଦେବାକୁ ହେବ । ଅନ୍ୟମାନେ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁଁ ।
କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭିୟୁ ଜରିଆରେ ହେବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ଦରମା ୬୭,୭୦୦ ଟଙ୍କା ମାସିକ ମିଳିବ ।
କେମିତି କରିବେ ଆବେଦନ :
ଇଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯିବାକୁ ହେବ ।
ଏହାପରେ ହୋମପେଜରେ ସମ୍ବନ୍ଧୀୟ ଲିଙ୍କରେ କ୍ଲିକ୍ କରନ୍ତୁ ।
ଏହାପରେ ଜରୁରୀ ଡକ୍ୟୁମେଣ୍ଟ ଦିଅନ୍ତୁ ।
ଫର୍ମ ଭରିବା ପରେ ଆବେଦନ ଶୁଳ୍କ ଭରନ୍ତୁ ।
ପରେ ଫର୍ମ ଡାଉନଲୋଡ କରି ପ୍ରିଣ୍ଟଆଉଟ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।