ନ୍ୟୁକ୍ଲିୟର ପାଓ୍ଵାର କର୍ପୋରେସନ ୨୦ ଜାନୁଆରୀ ଯାଏ ବଢ଼ାଇଲା ଆବେଦନ ତାରିଖ, ୨୪୩ ପଦବୀ ପାଇଁ କରନ୍ତୁ ଆବେଦନ

କେନ୍ଦ୍ରୀୟ ପିଏସୟୁ ରେ ସରକାରୀ ଚାକିରି ପାଇଁ ିଇଚ୍ଛୁକ ପ୍ରାର୍ଥୀ ନ୍ୟୁକ୍ଲିୟର ପାଓ୍ଵାର କର୍ପୋରେସନ (NPCIL) ରେ ଚାକିରି କରିବା ପାଇଁ ଚାହୁଁଥିଲେ ୨୪୩ ପଦ ପାଇଁ ଆବେଦନ କରିପାରିବେ । କମ୍ପାନୀ ଏହି ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ବଢ଼ାଇ ଦେଇଛନ୍ତି । ଏନସିପିଆଇଏଲ ଦ୍ୱାରା ଜାରି ନୋଟିସ ଅନୁସାରେ ବିଜ୍ଞାପିତ ପଦ ପାଇଁ ଆବେଦନ ତାରିଖ ବଢ଼ାଇ ଦେଇଛନ୍ତି ।

ଏନସିପିଆଇଏ ଦ୍ୱାରା ନୋଟିସ ଅନୁସାରେ ନିର୍ଦ୍ଧାରତି ଯୋଗ୍ୟତା ରଖୁଥିବା ପ୍ରାର୍ଥୀ ଏବେ ୨୦ ଜାନୁଆରୀ ୨୦୨୩ ଅପରାହ୍ଣ ୪ ଟା ଭିତରେ ଆବେଦନ କରିପାରିବେ । ଏହା ପୂର୍ବରୁ ଆବେଦନ ପ୍ରକ୍ରିୟା ୫ ଜାନୁଆରୀ ୨୦୨୩ ଯାଏ ରହିଥିଲା । ଏନସିପିଆଇଏ ଏହି ଚାକିରି ପାଇଁ ଏମ୍ପ୍ଲୋଏମେଣ୍ଟ ନ୍ୟୁଜ୍‌ (୦୩ –୦୯ ଡିସେମ୍ବର ୨୦୨୨ ) ରେ ବିଜ୍ଞାପନ ଜାରି କରି ଆବେଦନ ପ୍ରକ୍ରିୟା ୬ ଡିସେମ୍ବରରୁ ଆରମ୍ଭ ହୋଇଥିଲା ।

NPCIL ଯେଉଁ ପଦ ପାଇଁ ଆବେଦନ କରିଛନ୍ତି, ସେଥିରେ ବିଭିନ୍ନ ବିଭାଗରେ ବୈଜ୍ଞାନିକ ସହାୟକ ଅର୍ଥାତ ସାଇଣ୍ଟିଫିକ୍‌ ଆସିସାଣ୍ଟ, ଷ୍ଟାଇପେଣ୍ଟ ଟ୍ରେନି, ନସ ର୍, ଫାର୍ମାସିଷ୍ଟ, ସହାୟକ ଗ୍ରେଡ୍‌ ୧ ଓ ଷ୍ଟେନୋ ଗ୍ରେଡ ୧ ରେ ପଦ ଖାଲି ରହିଛି ।

କିପରି ଓ କେଉଁଠି କରିେ ବ ଆବେଦନ

NPCIL ରେ ଆବେଦନ ପାଇଁ େଓ୍ଵବସାଇଟ, npcilcareers.co.in ରେ ଦିଆଯାଇଥିବା ଲିଙ୍ଗ୍‌ ରେ ଅନଲାଇନ ଆପ୍ଲିକେସନ ପେଜକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବା ପୂର୍ବରୁ ଅଧିସୂଚନା ପେଜ ୧୬ ରେ ଦିଆଯାଇଥିବା ଅନ୍‌ଲାଇନ ଆପ୍ଲିକେସନ ସମ୍ବନ୍ଧିତ ଜରୁରୀ ନିର୍ଦ୍ଦେଶାବଳୀ ଜରୁର ପଢ଼ନ୍ତୁ ।

Leave A Reply

Your email address will not be published.