ଆର୍ୟୁବେଦ ବିଭାଗରେ କମ୍ପାଉଣ୍ଡର, ଜୁନିଅର ନର୍ସ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ରାଜସ୍ଥାନରେ ବମ୍ପର ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ଅନୁଯାୟୀ, ନିର୍ଦ୍ଦେଶାଳୟ ଆର୍ୟୁବେଦ ବିଭାଗରେ କମ୍ପାଉଣ୍ଡର/ନର୍ସ ଜୁନିଅର ଗ୍ରେଡ ପଦବୀରେ ଭର୍ତ୍ତି ହେବ । ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୧୫ ଜାନୁଆରୀ ୨୦୨୫ ରହିଛି । ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୭୪୦

ନନ୍-ଟିପିଏସ୍ : ୬୪୫
ଟିପିଏସ : ୯୦
ସହରିୟା : ୫

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଜାନୁଆରୀ ୧୫, ୨୦୨୫ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଏହି ଭର୍ତ୍ତି ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ବିଏସସି ନର୍ସିଂ ଆର୍ୟୁବେଦ କିମ୍ବା ୩/୪ ବର୍ଷର ନର୍ସିଂ ଡିପ୍ଲୋମା କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । ସଂରକ୍ଷିତ ପ୍ରାର୍ଥୀଙ୍କୁ ବୟସ ଅନୁସାରେ ଛାଡ ମିଳିବ।

ଆବେଦନ ଶୁଳ୍କ : ଆବେଦନ କରିବାକୁ ଇଚ୍ଛୁକ ଥିବା ସାଧାରଣ ଏବଂ ରାଜ୍ୟ ବାହାରର ପ୍ରାର୍ଥୀ ଆବେଦନ ଶୁଳ୍କ ୬୦୦ ଟଙ୍କା ଦେବାକୁ ହେବ । ସେହିପରି ଓବିସି/ବିସି/ଏସସି/ଏସଟି ପ୍ରାର୍ଥୀ ୪୦୦ ଟଙ୍କା ଦେବାକୁ ହେବ । ଏହାଛଡା ଆବେଦନ ପତ୍ରରେ କୌଣସି ତ୍ରୁଟି ଥିଲେ ସୁଧାରିବା ପାଇଁ ୫୦୦ ଟଙ୍କା ଅତିରିକ୍ତ ଶୁଳ୍କ ଦେବାକୁ ହେବ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ସାଇଟକୁ ଯିବାକୁ ହେବ ।
ଏହାପରେ ହୋମ ପେଜରେ କ୍ଲିକ୍ କରିବାକୁ ହେବ ।
ନିଜକୁ ରେଜିଷ୍ଟ୍ରେସନ କରିବା ପରେ ଲଗଇନ କରନ୍ତୁ ।
ଏହାପରେ ଆବଶ୍ୟକ ବିବରଣୀ ଭରିବା ପରେ ଆବେଦନ ଶୁଳ୍କ ଭରନ୍ତୁ ।
ଆବେଦନ ଫର୍ମ ପୂରଣ କରିବା ସବମିଟ୍ କରିବା ପରେ ପ୍ରିଣ୍ଟଆଉଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।