ଇଣ୍ଡିଆନ ବ୍ୟାଙ୍କରେ ଭର୍ତ୍ତି ସୁଯୋଗ, ବିନା ପରୀକ୍ଷାରେ ହେବ ଚୟନ

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ଅଥରାଇଜଡ ଡକ୍ଟର ଭର୍ତ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀ ଆବେଦନ କରୁଛି । ଏହି ଭର୍ତ୍ତି ୩ ବର୍ଷ ପାଇଁ ହେବ ।

ପଦବୀ ବିବରଣୀ : ଅଥରାଇଜଡ ଡକ୍ଟର

ଜରୁରୀ ତାରିଖ : ଏଠାରେ ଆବେଦନ କରିବାର ଶେଷ ତାରିଖ ଜାନୁଆରୀ ୪, ୨୦୨୫ ପର୍ଯ୍ୟନ୍ତ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଅଥରାଇଜଡ ଡକ୍ଟର ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ଏମବିବିଏସ ଡିଗ୍ରୀ କରିଥିବା ଜରୁରୀ । ଆବେଦକଙ୍କ ପାଖରେ ଅତିକମରେ ୧୦ ବର୍ଷର ଅଭିଜ୍ଞତା ଥିବା ଜରୁରୀ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ବିନା ପରୀକ୍ଷାରେ ହେବ । ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀ ଇଣ୍ଟରଭ୍ୟୁ ଜରିଆରେ ଚୟନ ହେବେ ।

କେମିତି କରିବେ ଆବେଦନ : ଏଥିପାଇଁ ଅଫଲାଇନ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ନିମ୍ନଲିଖିତ ଠିକଣାରେ ସମସ୍ତ ଦସ୍ତାବିଜ ସହିତ ପଠାଇବାକୁ ହେବ ।

Indian Bank, Chief Manager, FGMO Lucknow, Indian Bank, FGMO Lucknow, Hazratganj Lucknow

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।