ଭାରତୀୟ ବାୟୁସେନା AFCAT 1 ୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଫ୍ଲାଇଙ୍ଗ ଆଣ୍ଡ ଗ୍ରାଉଣ୍ଡ ଡ୍ୟୁଟି (ଟେକ୍ନିକାଲ ଏବଂ ନନ ଟେକ୍ନିକାଲ) ଶାଖାରେ ଗ୍ରୁପ୍ ‘A’ ଗେଜେଟେଡ୍ ଅଧିକାରୀଙ୍କ ପାଇଁ ୩୩୬ଟି ଖାଲି ପଦବୀ ବିଷୟରେ ଘୋଷଣା କରାଯାଇଛି । ପଞ୍ଜୀକରଣ ପ୍ରକ୍ରିୟା ଡିସେମ୍ବର ୨, ୨୦୨୪ ରୁ ଆରମ୍ଭ ହେବ ଏବଂ ଡିସେମ୍ବର ୩୧, ୨୦୨୪ ପର୍ଯ୍ୟନ୍ତ ଚାଲିବ । ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ଯାଇ afcat.cdac.in ରେ ଖାଲି ପଡ଼ିଥିବା ପଦବୀ ପାଇଁ ଆବେଦନ କରିପାରିବେ ।
ବିଜ୍ଞପ୍ତି ଅନୁଯାୟୀ, ଫ୍ଲାଇଙ୍ଗ ଆଣ୍ଡ ଗ୍ରାଉଣ୍ଡ ଡ୍ୟୁଟି (ଟେକ୍ନିକାଲ ଏବଂ ନନ ଟେକ୍ନିକାଲ) ଶାଖାରେ ଗ୍ରୁପ୍ ‘A’ ଗେଜେଟେଡ୍ ଅଫିସରଙ୍କ ପାଇଁ ୩୩୬ ଟି ପଦବୀ ପୂରଣ କରିବା AFCAT 1 ୨୦୨୫ ପଞ୍ଜିକରଣର ହେବ, ଯାହାର କୋର୍ସ ଜାନୁୟାରୀ ୨୦୨୬ ରେ ଆରମ୍ଭ ହେବ ।
ଫେବୃଆରୀ ୨୦୨୫ ରେ AFCAT 1 ୨୦୨୫ ପରୀକ୍ଷା କରାଯିବ ଏବଂ ପରୀକ୍ଷା ତାରିଖର ପ୍ରାୟ ଏକ ସପ୍ତାହ ପୂର୍ବରୁ ଆଡମିଟ୍ କାର୍ଡ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି । ବିଜ୍ଞପ୍ତିରେ ଉଭୟ ଫ୍ଲାଇଙ୍ଗ ଏବଂ ଗ୍ରାଉଣ୍ଡ ଡ୍ୟୁଟି ଶାଖାରେ ସୁଯୋଗ ଦର୍ଶାଯାଇଛି, ଯାହାକି ପ୍ରାର୍ଥୀମାନଙ୍କୁ ଭାରତୀୟ ବାୟୁସେନାରେ କମିଶନ ଅଫିସର ଭାବରେ ଯୋଗଦେବା ପାଇଁ ଏକ ବଡ଼ ସୁଯୋଗ ।
ବିସ୍ତୃତ ବିଜ୍ଞପ୍ତିରେ ଯୋଗ୍ୟତା ଫି, ସିଲାବସ୍, ପରୀକ୍ଷା ପ୍ୟାଟନ ଏବଂ ଆବେଦନ ନିର୍ଦ୍ଦେଶାବଳୀ ବିଷୟରେ ସୂଚନା ଅନ୍ତର୍ଭୁକ୍ତ, ଯାହା ଅଫିସିଆଲ୍ ୱେବସାଇଟ୍ afcat.cdac.in ରେ ଉପଲବ୍ଧ ରହିଛି । ପ୍ରାର୍ଥୀମାନଙ୍କୁ ଅପଡେଟ ରହିବାକୁ କୁହାଯାଇଛି ଏବଂ ଲେଟଷ୍ଟେ ଅପଡେଟ ପାଇଁ ୱେବସାଇଟ୍ ଚେକ କରନ୍ତୁ ।
AFCAT ୨୦୨୫ ଆବେଦନ ଫର୍ମ :
ଫ୍ଲାଇଙ୍ଗ ଆଣ୍ଡ ଗ୍ରାଉଣ୍ଡ ଡ୍ୟୁଟି (ଟେକ୍ନିକାଲ ଏବଂ ନନ ଟେକ୍ନିକାଲ) ଶାଖାରେ ଗ୍ରୁପ୍ ‘A’ ଗେଜେଟେଡ୍ ଅଫିସର ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ କରିବାକୁ ଭାରତୀୟ ବାୟୁସେନା ବର୍ଷକୁ ଦୁଇଥର ବାୟୁସେନା ଆଡମିଶନ ପରୀକ୍ଷା (AFCAT) କରିଥାଏ । ୨୧ ନଭେମ୍ବରରେ ୩୩୬ ଟି ପଦବୀ ପାଇଁ AFCAT 1 ୨୦୨୫ ବିଜ୍ଞାପନ ପ୍ରକାଶ ପାଇଛି ।
AFCAT 1 ୨୦୨୫ ପାଇଁ ଅନଲାଇନ୍ ପଞ୍ଜୀକରଣ ଡିସେମ୍ବର ୨, ୨୦୨୪ ରେ ୧୧ ରେ ଆରମ୍ଭ ହେବ । ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ careerindianairforce.cdac.in କିମ୍ବା afcat.cdac.in ମାଧ୍ୟମରେ ଆବେଦନ କରିପାରିବେ ।
AFCAT ଫର୍ମ: afcat.cdac.in ରେ କିପରି ପଞ୍ଜିକରଣ କରିବେ :
AFCAT 1 ୨୦୨୫ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଡିସେମ୍ବର ୨, ୨୦୨୪ ରୁ ଆରମ୍ଭ ହେବ ।
ଅଫିସିଆଲ୍ ୱେବସାଇଟ୍ afcat.cdac.in କିମ୍ବା careerindianairforce.cdac.in ଚେକ କରନ୍ତୁ ।
ଯଦି ଆପଣ ଜଣେ ନୂଆ ୟୁଜର, ଏକ ଆକାଉଣ୍ଟ୍ ତିଆରି କରିବାକୁ ‘ରେଜିଷ୍ଟର’ ଉପରେ କ୍ଲିକ୍ କରନ୍ତୁ । ପଞ୍ଜିକରଣ କରିବାକୁ, ଆପଣଙ୍କର ଇମେଲ୍ ଆଡି ଏବଂ ମୋବାଇଲ୍ ନମ୍ବର ପରି ଆବଶ୍ୟକ ସୂଚନା ପ୍ରଦାନ କରନ୍ତୁ ।
ଆପଣଙ୍କ ଆକାଉଣ୍ଟକୁ ଲଗ୍ଇନ୍ କରନ୍ତୁ ଏବଂ ସଠିକ୍ ବ୍ୟକ୍ତିଗତ ବିବରଣୀ, ଶିକ୍ଷାଗତ ଏବଂ ବୃତ୍ତିଗତ ସୂଚନା ସହିତ AFCAT 1 ୨୦୨୫ ଆବେଦନ ଫର୍ମ ପୂରଣ କରନ୍ତୁ ।
ନିର୍ଦ୍ଦେଶାବଳୀ ଅନୁଯାୟୀ ଆପଣଙ୍କର ଫଟୋ, ସାଇନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟଗୁଡିକର ସ୍କାନ୍ ହୋଇଥିବା କପି ଅପଲୋଡ୍ କରନ୍ତୁ ।
ଅନଲାଇନ୍ ପେମେଣ୍ଟ କରି ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ ।
ସମସ୍ତ ବିଭାଗ ସମାପ୍ତ କରିବା ଏବଂ ସବିଶେଷ ତଥ୍ୟ ଯାଞ୍ଚ କରିବା ପରେ ଆପଣଙ୍କର ଆବେଦନ ଦାଖଲ କରନ୍ତୁ ।
ଆବେଦନ ଦାଖଲ କରିବା ପରେ, ଆବେଦନ ଫର୍ମ ଡାଉନଲୋଡ୍ କରନ୍ତୁ ।
AFCAT ଆବେଦନ ଶୁଳ୍କ :
AFCAT 1 ୨୦୨୫ ପାଇଁ ପଞ୍ଜୀକୃତ ପ୍ରାର୍ଥୀଙ୍କୁ ୫୫୦ ଟଙ୍କା ପରୀକ୍ଷା ଫି ଦେବାକୁ ପଡିବ । ଏନସିସି ସ୍ପେଶାଲ ଏଣ୍ଟ୍ରି ଅଧୀନରେ ଆବେଦନ କରୁଥିବା ବ୍ୟକ୍ତିଙ୍କ ବ୍ୟତୀତ ଏହି ଫି ସମସ୍ତ ପ୍ରାର୍ଥୀଙ୍କ ପାଇଁ ପ୍ରଯୁଜ୍ୟ । ସମସ୍ତ ଆବେଦନକାରୀଙ୍କ ପାଇଁ ପରୀକ୍ଷା ଫି ଆବଶ୍ୟକ ଏବଂ ଫେରସ୍ତ କରାଯିବ ନାହିଁ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲକ୍ କରନ୍ତୁ :
afcat.cdac.in କିମ୍ବା careerindianairforce.cdac.in