ଖାଲିପଡିଛି ୬୫୦ ଜୁନିଅର ଇଂଜିନିୟର ପଦବୀ, ଜାଣନ୍ତୁ କେବେ ଠୁ କରିବେ ଆବେଦନ

ଆସାମ ଲୋକ ସେବା ଆୟୋଗରେ ଖାଲିପଡିଛି ଜୁନିଅର ଇଂଜିନିୟର ପଦବୀ । ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ନୋଟିଫିକେସନ ଚେକ୍ କରିପାରିବେ । ଏହି ଭର୍ତ୍ତି ପବ୍ଲିକ ୱାକର୍ସ ରୋଡସ ଡିପାର୍ଟମେଣ୍ଟ ଏବଂ ପବ୍ଲିକ ୱାକର୍ସ ବିଭାଗରେ ହେବ । ଇଚ୍ଛୁକ ପ୍ରାର୍ଥୀ ୫ ଫେବୃଆରୀରୁ ମାର୍ଚ୍ଚ ୪ ତାରିଖ ଯାଏଁ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୬୫୦

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୫ ଫେବୃଆରୀରୁ ମାର୍ଚ୍ଚ ୪ ତାରିଖ ଯାଏଁ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ସିଭିଲ ଇଂଜିନିୟରିଂ କରିଥିବା ଜରୁରୀ ।

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୨୧ ବର୍ଷ ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । ସଂରକ୍ଷିତ ଶ୍ରେଣୀ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ ମିଳିବ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯିବାକୁ ହେବ ।
ଏହାପରେ ହୋମପେଜରେ ଲାଟେଷ୍ଟ ଅପଡେଟ୍ ଟାବ୍ ରେ କ୍ଲିକ୍ କରନ୍ତୁ ।
ଆବେଦନ ଫର୍ମ ସଠିକ୍ ଭାବେ ଭରିବା ପରେ ସବମିଟ୍ କରନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ । 

Also Read : AIIMS ଗୋରଖପୁର ପାଇଁ ତୁରନ୍ତ କରନ୍ତୁ ଆବେଦନ, ବିନା ପରୀକ୍ଷାରେ ହେବ ଚୟନ

You might also like