ଗ୍ରାଜୁଏସନ କରିଥିଲେ ଆକାଉଣ୍ଟ ଅଫିସର ପାଇଁ କରନ୍ତୁ ଆବେଦନ, ମାସକୁ ମିଳିବ ୯୦ ହଜାରରୁ ଅଧିକ ଦରମା

ଆସିଷ୍ଟାଣ୍ଟ ଆକାଉଣ୍ଟ ଅଫିସର ପଦବୀ ପାଇଁ ଭର୍ତ୍ତି ହେଉଛି । ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ନୋଟିସ ଚେକ୍ କରିପାରିବେ । ଏହି ଭର୍ତ୍ତି ଆସାମ ପବ୍ଲିକ ସର୍ଭିସ କମିଶନ ପଦବୀରେ ହେଉଛି । ଏଠାରେ ୬୯ ଆକାଉଣ୍ଟ ଅଫିସର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ଆସାମ ପାଓ୍ଵର ଡିଷ୍ଟ୍ରିବ୍ୟୁସନ କମ୍ପାନୀ ଲିଭିଟେଡ ପକ୍ଷରୁ ହେଉଛି ।
ପଦବୀ ବିବରଣୀ: ୬୯
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୧୫ ଜୁନରେ ଆରମ୍ଭ ହେବ । ଶେଷ ତାରିଖ ୧୪ ଜୁଲାଇ ୨୦୨୪ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଆସାମ ପାଓ୍ଵର ଡିଷ୍ଟ୍ରିବ୍ୟୁସନ କମ୍ପାନୀ ଲିମିଟେଡ ପାଇଁ ଆସିଷ୍ଟାଣ୍ଟ ଆକାଉଣ୍ଟ ଅଫିସର ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଅତିକମରେ ୫୫% ମାର୍କ ସହିତ ଗ୍ରାଜୁଏସନ କରିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୧ରୁ ୩୮ ବର୍ଷ ହେବା ଜରୁରୀ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ୨୫,୦୦୦ରୁ ୯୨,୦୦୦ ଟଙ୍କା ଦରମା ମିଳିବ ।
ଆବେଦନ ଶୁଳ୍କ : ଖାଲିପଡିଥିବା ପଦବୀ ପାଇଁ ସାଧାରଣ ବର୍ଗ ପ୍ରାର୍ଥୀ ୨୯୭.୨୦ ଟଙ୍କା ଦେବାକୁ ହେବ । ଅନୁସୂଚିତ ଜାତି, ଜନଜାତି, ଓବିସି ପ୍ରାର୍ଥୀ ୧୯୭.୨୦ ଟଙ୍କା ରହିଛି । ବିପିଏଲ ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀ ୪୭.୨୦ ଟଙ୍କା ଦେବାକୁ ହେବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।