ବ୍ୟାଙ୍କ ଅଫ ବରୋଦାରେ ୫୨୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ
ଯଦି ଆପଣ ବ୍ୟାଙ୍କରେ କାମ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି । ବ୍ୟାଙ୍କ ଅଫ ବରୋଦାରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଏଠାରେ ମୋଟ ୫୯୨ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ ।
ତେବେ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାର ଯୋଗ୍ୟତା ଯାଞ୍ଚ କରିବାକୁ ସରକାରୀ ବିଜ୍ଞପ୍ତିର ସାହାଯ୍ୟ ନେଇପାରିବେ । ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଦେବାକୁ ପଡିବ ।
ପଦବୀ ବିବରଣୀ : ୫୯୨
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ଅକ୍ଟୋବର ୩୦ ତାରିଖରୁ ଆରମ୍ଭ ହୋଇଥିବା ଶେଷ ନଭେମ୍ବର ୧୯ ତାରିଖରେ ହେବ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ସ୍ବୀକୃତିପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ଗ୍ରାଜୁଏସନ କରିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୨ ବର୍ଷରୁ ୪୫ ବର୍ଷ ମଧ୍ୟରେ ହେବା ଉଚିତ ।
ଆବେଦନ ଶୁଳ୍କ : ଇଚ୍ଛୁକ ସାଧାରଣ, EWS ଏବଂ ଓବିସି ପ୍ରାର୍ଥୀ ୬୦୦ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟମାନେ ୧୦୦ ଟଙ୍କା ଦେବାକୁ ହେବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ସର୍ଟଲିଷ୍ଟ ଏବଂ ପର୍ସନାଲ ଇଣ୍ଟରଭିୟୁ ଜରିଆରେ ହେବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।