ବ୍ୟାଙ୍କ ଅଫ୍ ବରୋଦାରେ ୧୬୮ ମ୍ୟାନେଜର୍ ଏବଂ ଅନ୍ୟାନ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ଯଦି ଆପଣ ବ୍ୟାଙ୍କରେ କାମ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି । ବ୍ୟାଙ୍କ ଅଫ୍ ବରୋଦାରେ ପଦବୀ ଖାଲି ହୋଇଛି । ତେବେ ବ୍ୟାଙ୍କରେ ୧୬୦ରୁ ଅଧିକ ପଦବୀ ଖାଲି ହୋଇଛି । ଏହି ପଦବୀ ପାଇଁ ବ୍ୟାଙ୍କ ଅଫ୍ ବରୋଦାରେ ମୋଟ ୧୬୮ ଟି ପଦବୀ ଖାଲି ହୋଇଛି । ଏଥି ମଧ୍ୟରେ ରିଲେସନସିପ୍ ମ୍ୟାନେଜର୍, କ୍ରେଡିଟ୍ ଆନାଲିଷ୍ଟ, ସିନିୟର ମ୍ୟାନେଜର ଏବଂ ଅନ୍ୟାନ୍ୟ ପୋଷ୍ଟ ଅନ୍ତର୍ଭୁକ୍ତ ରହିଛି ।

ତେବେ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାର ଯୋଗ୍ୟତା ଯାଞ୍ଚ କରିବାକୁ ସରକାରୀ ବିଜ୍ଞପ୍ତିର ସାହାଯ୍ୟ ନେଇପାରିବେ । ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଦେବାକୁ ପଡିବ । ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ୬୦୦ ଟଙ୍କା ଦେବାକୁ ପଡିବ । ଏଥିରେ ରିଜର୍ଭ କ୍ୟାଟାଗୋରି ପ୍ରାର୍ଥୀମାନେ ଫି ରୁ ଛୁଟ୍‌ ଦିଆଯାଇଛି । ପୂର୍ବରୁ ଏହି ଅଭିଯାନ ପାଇଁ ଆବେଦନ କରିବାର ଶେଷ ତାରିଖ ଜୁଲାଇ ୨ ଥିଲା । କିନ୍ତୁ ତାରିଖ ଜୁଲାଇ ୧୨ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍ bankofbaroda.in ଚେକ୍‌ କରି ଆବେଦନ କରିପାରିବେ ।

ପଦବୀ ବିବରଣୀ : ଏହି ପଦବୀରେ ୧୬୮ ପୋଷ୍ଟ ଖାଲି ରହିଛି ।

କେମିତି କରିବେ ଆବେଦନ :
ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ bankofbaroda.in କୁ ଯିବାକୁ ହେବ ।

ଆବେଦନ ଶୁଳ୍କ : ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ୬୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ସେହିପରି ମହିଳା ପ୍ରାର୍ଥୀଙ୍କୁ ୧୦୦ ଟାଙ୍କା ଶୁଳ୍କ ଦେବାକୁ ପଡିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

You might also like