ବ୍ୟାଙ୍କ ଅଫ୍‌ ବରୋଦାରେ ସିନିୟର ମ୍ୟାନେଜର ପଦ ପାଇଁ କରନ୍ତୁ ଆବେଦନ, ଦେଖନ୍ତୁ ଏହି ଲିଙ୍କ୍‌

ବ୍ୟାଙ୍କ ଅଫ୍‌ ବରୋଦାରେ ଚାକିରି ଚାହୁଁଛନ୍ତି କି ? ଏହି ସରକାରୀ ବ୍ୟାଙ୍କରେ ରହିଛି ବହୁ ଖାଲି ପଦ । ବରିଷ୍ଠ ମ୍ୟାନେଜର ପଦରେ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରିଛି ବ୍ୟାଙ୍କ୍‌ । ୪ ଜାନୁଆରୀ ୨୦୨୩ ବିଜ୍ଞାପନ ଅନୁଯାୟୀ ଲାର୍ଜ କର୍ପୋରେଟ କ୍ରେଡିଟ୍‌, ବ୍ୟାଙ୍କ ଏନବିଏଫ୍‌ସି ଓ ଏଫଆଇ ସେକ୍ଟର କ୍ରେଡିଟ, କ୍ଳାଇମେଟ ରିସ୍କ ଓ ସଷ୍ଟେନବିଲିଟି, ଏମଏସଏମଇ କ୍ରେଡିଟ୍‌, ରିଟେଲ କ୍ରେଡିଟ, ରୁରାଲ ଏବଂ ଏଗ୍ରୀକଲଚର ଲୋନ କ୍ରେଡିଟ, ଇଣ୍ଟରପ୍ରାଇଜ ଓ ଅପରେସନାଲ,ପୋର୍ଟଫୋଲିଓ ମନିଟରିଙ୍ଗ, କ୍ୱାଲିଟି କଣ୍ଟ୍ରୋଲ ସିନିୟର ମ୍ୟାନେଜର ପଦ ପାଇଁ ଆବେଦନ କରିପାରିବେ ।

ବ୍ୟାଙ୍କ ଅଫ୍‌ ବରୋଦାରେ ସିନିୟର ମ୍ୟାନେଜର ପଦ ପାଇଁ ଆବେଦନ ପ୍ରକ୍ରିୟା :

ବ୍ୟାଙ୍କ ଅଫ୍‌ ବରୋଦାରେ ସିନିୟର ମ୍ୟାନେଜର ପଦରେ ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ bankofbaroda.in ରେ ଉପଲବ୍ଧ ଅନଲାଇନ ଆବେଦନ ପତ୍ରରେ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ୪ ଜାନୁଆରୀରୁ ଆରମ୍ଭ ହୋଇଛି । ଜାନୁଆରୀ ୨୪ ସୁଦ୍ଧା ଆପଣ ଅନଲାଇନରେ ଆବେଦନ କରିପାରିବେ । ଏଥିପାଇଁ ପ୍ରାର୍ଥୀ ଆବେଦନ ଶୁଳ୍କ ୬୦୦ ଟଙ୍କା ଅନଲାଇନ ମାଧ୍ୟମରେ ପଇଠ କରିବେ । ଏହି ଦେୟ ସାଧାରଣ, ଇଡବ୍ଲ୍ୟୁଏସ ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ । ଏସସି,ଏସଟି, ଦିବ୍ୟାଙ୍ଗ ଓ ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ଅଟେ । ଦେୟ ମକ୍ତ ଅଟେ ।

ଯୋଗ୍ୟତା : ଏଥିପାଇଁ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଫୁଲ ଟାଇମ ଏମବିଏ/ପିଜିଡିଏମ୍‌ ଡିଗ୍ରୀ ହାସଲ କରିବା ଆବଶ୍ୟକ । ଏଥିସହ ଏହି ସମ୍ବନ୍ଧିତ କାର୍ଯ୍ୟରେ ଅତି କମରେ ୫ ବର୍ଷ ଅଭିଜ୍ଞତା ରହିଥିବା ଦରକାର ।

ବୟସ : ଜାନୁଆରୀ ୨୦୨୩ ସୁଦ୍ଧା ବୟସ ୨୭ ବର୍ଷରୁ ଓ ୪୦ ବର୍ଷରୁ ଅଧିକ ହେବା କଥା ନୁହେଁ । ସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ବୟସ ସୀମା କେନ୍ଦ୍ର ସରକାରଙ୍କ ସଂରକ୍ଷଣ ନିୟମ ଅନୁଯାୟୀ ହେବା ଦରକାର । ଅଧିକ ସୂଚନା ପାଇଁ ଅନଲାଇନ ବିଜ୍ଞପ୍ତି ଦେଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.