ମହାରାଷ୍ଟ୍ର ବ୍ୟାଙ୍କରେ ୬୦୦ ପଦବୀ ଖାଲି, ଜଲଦି କରନ୍ତୁ ଆବେଦନ

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ୬୦୦ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଇଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୬୦୦

ଜରୁରୀ ତାରିଖ : ଇଛୁକ ପ୍ରାର୍ଥୀ ଅକ୍ଟୋବର ୧୪ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ଏବଂ ଶେଷ ୨୪ ଅକ୍ଟୋବର ଯାଏଁ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଇଛୁକ ପ୍ରାର୍ଥୀ ଗ୍ରାଜୁଏସନ ସହିତ କମ୍ପ୍ୟୁଟର ଜ୍ଞାନ ହେବା ଜରୁରୀ । ପ୍ରାର୍ଥୀଙ୍କୁ ସ୍ଥାନୀୟ ରାଜ୍ୟର ଭାଷା ଆସୁଥିବା ଜରୁରୀ ।

ବୟସ ସୀମା : ଇଛୁକ ପ୍ରାର୍ଥୀଙ୍କ ବୟସ ୨୦ ରୁ ୨୮ ବର୍ଷ ମଧ୍ୟରେ ହେବ ।

କେମିତି ହେବ ଚୟନ : ଏହି ଭର୍ତ୍ତି ଇଣ୍ଟରଭିୟୁ ଜରିଆରେ ହେବ । ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ଇଣ୍ଟରଭିୟୁ ପାଇଁ ଡକାଯିବ । ଏହାପରେ ପରଫରମାନ୍ସ ଜରିଆରେ ଚୟନ କରାଯିବ ।

ଦରମା : ଦରମା ମଧ୍ୟ ପ୍ରାର୍ଥୀଙ୍କ ପରଫରମାନ୍ସ ଅନୁଯାୟୀ ଦିଆଯିବ ।

ଆବେଦନ ଶୁକ୍ଳ : ରିଜର୍ଭ/ EWS/OBC ପ୍ରାର୍ଥୀ ୧୫୦ ଟଙ୍କା ଦେବାକୁ ହେବ । ଅନ୍ୟମାନେ ୧୦୦ ଟଙ୍କା ଦେଇ ଆବେଦନ କରିବେ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

You might also like