ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ଚାକିରି ସୁଯୋଗ, ଚୟନିତ ପ୍ରାର୍ଥୀଙ୍କୁ ମିଳିବ ୬୦ ହଜାର ଦରମା

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ କଷ୍ଟମର ସର୍ଭିସ ଆସୋସିଏଟ ପଦବୀରେ ଭର୍ତ୍ତି ହେଉଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ । ଏଥିପାଇଁ ଆବେଦନ ଜୁନ୍‌ ୨୦ ତାରିଖରୁ ହେଲାଣି । କିନ୍ତୁ ଆବେଦନ କରିବାର ଶେଷ ତାରିଖ ଜୁଲାଇ ୮ ରହିଛି ।

ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଆପ୍ଲିକେସନ ଡାଉନଲୋଡ କରିବା ପାଇଁ ବ୍ୟାଙ୍କ ଅଫ ମହାରାଷ୍ଟ୍ରର ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୧୨

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଜୁଲାଇ ୮ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍‌ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ ହେବ ଜରୁରୀ । ଏଥିପାଇଁ କେବଳ ଅଫଲାଇନ ଆବେଦନ କରିପାରିବେ ।

ଆବେଦନ ଶୁଳ୍କ : ଆବେଦନ କରିବା ପାଇଁ ୫୯୦ ଟଙ୍କା ଶୁଳ୍କ ଦେବାକୁ ହେବ । ସେହିପରି ସଂରକ୍ଷିତ ପ୍ରାର୍ଥୀ ୧୧୬ ଟଙ୍କା ଦେବାକୁ ହେବ ।

ଫର୍ମ ଫଠାଇବାର ଠିକଣା :
General Manager HRM, Bank of Maharashtra, HRM Department, Head Office, ‘Lokmangala’, 1501, Shivajinagar, Pune 411 005

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୨୪,୦୫୦ ରୁ ୬୪,୪୮୦ ଟଙ୍କା ମିଳିବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପ୍ରୋଫିସିଏନ୍ସୀ ଟେଷ୍ଟ ଏବଂ ଫିଲ୍ଡି ଟ୍ରାଏଲ ମାଧ୍ୟମରେ ହେବ । ଏହି ଭର୍ତ୍ତି ଖାସ୍‌ ମହିଳା ଖେଳାଳିଙ୍କ ପାଇଁ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।