ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର, ବାର୍ଷିକ ମିଳିବ ୩୦ ଲକ୍ଷ ଟଙ୍କା

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଭାରତ ଡାଇନାମିକ୍ସ ଲିମିଟେଡ (ବିଡିଏଲ)ରେ ମ୍ୟାନେଜମେଣ୍ଟ ଟ୍ରେନି ସମତେ ଅନେକ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ବିଡିଏଲର ଅଫିସିଆଲ ସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୨୧ ଫେବୃଆରୀ ୨୦୨୫ ରହିଛି । ଆବେଦନ ଫର୍ମ ଜମା କରିବାର ଶେଷ ତାରିଖ ୨୮ ଫେବୃଆରୀ ରହିଛି ।

ପଦବୀ ବିବରଣୀ : ମ୍ୟାନେଜମେଣ୍ଟ ଟ୍ରେନି : ୪୬

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୧ ଫେବୃଆରୀ ୨୦୨୫ ରହିଛି । ଆବେଦନ ଫର୍ମ ଜମା କରିବାର ଶେଷ ତାରିଖ ୨୮ ଫେବୃଆରୀ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ବିଇ/ବିଟେକ/ଏମବିଏ/ଏମଏ/ପୋଷ୍ଟ ଗ୍ରାଜୁଏସନ/ଡିପ୍ଲୋମା/ ICAI/ ICWAI ପାସ୍ ହୋଇଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୭ ରୁ ୫୦ ବର୍ଷ ମଧ୍ୟରେ ହେବା ଜରୁରୀ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ନିୟମ ଅନୁସାରେ ଛାଡ୍ ମିଳିବ ।

ଆବେଦନ ଶୁଳ୍କ : ଆବେଦନ କରିବାକୁ ଇଚ୍ଛୁକ ସଂରକ୍ଷିତ/EWS/ଓବିସି ପ୍ରାର୍ଥୀ ୫୦୦ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟମାନେ ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ ।

ଦରମା : ଚୟନିତ ମ୍ୟାନେଜମେଣ୍ଟ ଟ୍ରେନି ପ୍ରାର୍ଥୀଙ୍କୁ ବାର୍ଷିକ ୧୫.୯୧ ଟଙ୍କା ମିଳିବ । ଅନ୍ୟମାନଙ୍କୁ ବାର୍ଷିକ ୨୮ ଲକ୍ଷରୁ ଅଧିକ ଦରମା ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ । 

Also Read : EPFO ରେ ତୁରନ୍ତ କରନ୍ତୁ ଆବେଦନ, ମାସକୁ ଦରମା ୬୦ ହଜାରରୁ ଅଧିକ

You might also like