ବିହାର ରାଜ୍ୟ ସ୍ୱାସ୍ଥ୍ୟ ସୋସାଇଟିରେ ୪୫୦୦ ପଦବୀ ଖାଲି, ନର୍ସିଂ କରିଥିଲେ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ବିହାର ରାଜ୍ୟ ସ୍ୱାସ୍ଥ୍ୟ ସୋସାଇଟିରେ ହଜାରରୁ ଅଧିକ ପଦବୀ ଖାଲିପଡିଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟ shs.bihar.gov.in କୁ ଯାଇ ଆବେଦନ କରିବାକୁ ହେବ ।
ପଦବୀ ବିବରଣୀ : ୪୫୦୦
ଇବିସି : ୧୩୪୫(ମହିଳା ୩୩୧)
ବିସି :୭୦୨ (ମହିଳା ୨୫୯)
ଅନୁସୂଚିତ ଜାତି : ୧୨୭୯ (ମହିଳା ୨୩୦)
ଅନୁସୂଚିତ ଜନଜାତି : ୯୫ (ମହିଳା ୩୬)
EWS : ୧୪୫ (ମହିଳା ୭୮)
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୭ ଜୁଲାଇ ୨୦୨୪ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ସଂସ୍ଥାରୁ ବିଏସସି ନର୍ସିଂ/ପୋଷ୍ଟ ବେସିକ ନର୍ସିଂ ଡିଗ୍ରୀ କରିଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ୪୭ ବର୍ଷ ମଧ୍ୟରେ ହେବା ଜରୁରୀ । ସଂରକ୍ଷିତ ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ ଛାଡ ମିଳିବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ପ୍ରତିମାସକୁ ୪୦ ହଜାର ଟଙ୍କା ଦରମା ମିଳିବ ।
ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ଆବେଦନ ପାଇଁ ୫୦୦ ଟଙ୍କା ଦେବାକୁ ହେବ । ସେହିପରି ସଂରକ୍ଷିତ ବର୍ଗ ପ୍ରାର୍ଥୀ ୨୫୦ ଟଙ୍କା ଦେବାକୁ ହେବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।