ବିହାର ପୋଲିସରେ ASI ଷ୍ଟୋନୋଗ୍ରାଫର ପଦବୀ ପାଇଁ ଆବେଦନ ଆରମ୍ଭ, ଦରମା ମାସକୁ ୯୨,୦୦୦ ଟଙ୍କା
![](https://knewsodisha.com/wp-content/uploads/2019/12/bihar-police.jpg)
ବିହାର ପୋଲିସ ସବଅର୍ଡିନେଟ ସର୍ଭିସ କମିଶନ ପକ୍ଷରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଏଠାରେ ଷ୍ଟେନୋଗ୍ରାଫର ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ପଦବୀ ଖାଲି ପଡିଛି । ଏଠାରେ ୩୦୫ ପଦବୀରେ ଭର୍ତ୍ତି ହେବ । ଇଚ୍ଛୁକ ପ୍ରାର୍ଥୀ ୧୭ ଡିସେମ୍ବର ୨୦୨୪ରୁ ଜାନୁଆରୀ ୧୭, ୨୦୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରନ୍ତୁ ।
ପଦବୀ ବିବରଣୀ : ୩୦୫
ଜେନେରାଲ : ୧୨୧
ଅନୁସୂଚିତ ଜାତି : ୩୭
ଅନୁସୂଚିତ ଜାନଜାତି : ୬
ଇବିସି: ୫୯
ପଛୁଆ ବର୍ଗ : ୩୭
BCW : ୧୪
EWS: ୩୧
ଜରୁରୀ ତାରିଖ : ଆବେଦନ ପ୍ରକ୍ରିୟା ୧୭ ଡିସେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଶେଷ ଜାନୁଆରୀ ୧୭, ୨୦୨୫ରେ ହେବ ।
ଶିକ୍ଷାଗତ ଯୋଗ୍ୟତା : ପ୍ରାର୍ଥୀ୧୨ଶ ପାସ୍ କରିଥିବା ସହିତ କମ୍ପ୍ୟୁଟରରେ ଡିପ୍ଲୋମା କରିଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ବସ ୧୮ ରୁ ୩୦ ବର୍ଷ ମଧ୍ୟରେ ହେବା ଜରୁରୀ । ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍ କରିବାକୁ ହେବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସକୁ ଦରମା ୯୨,୦୦୦ ଟଙ୍କା ମିଳିବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ସ୍କିଲ ଟେଷ୍ଟ, ଡକ୍ୟୁମେଣ୍ଟ ଭେରିଫିକେସନ ଜରିଆରେ ହେବ ।
କେମିତି କରିବେ ଆବେଦନ :
ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯିବାକୁ ହେବ ।
ଏହାପରେ ରେଜିଷ୍ଟ୍ରେସନ କରି ଦରକାରୀ ସମସ୍ତ ଡକ୍ୟୁମେଣ୍ଟ ଦେବାକୁ ହେବ ।
ଏହାପରେ ଫଟୋ ଏବଂ ଦସ୍ତଖତ ଦେଇ ଆବେଦନ ଶୁଳ୍କ ଦେବାକୁ ହେବ ।
ସବୁ ସରିବା ପରେ ଫର୍ମକୁ ସବମିଟ୍ କରିବାକୁ ହେବ ।
ଶେଷରେ ଦରକାର ପାଇଁ ଏକ ପ୍ରିଣ୍ଟଆଉଟ ରଖିବାକୁ ହେବ ।