ବିହାର ଷ୍ଟେଟ ହେଲଥ ସୋସାଇଟି ପକ୍ଷରୁ ଖାଲିପଡିଛି ଆୟୁଷ ପଦବୀ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ ଶେଷ ଡିସେମ୍ବର ୨୧ ତାରିଖରେ ହେବ ।
ପଦବୀ ବିବରଣୀ : ୨୬୧୯
ଆୟୁଷ ଡାକ୍ତର(ଆର୍ୟୁବେଦିକ) : ୧୪୧୧
ଆୟୁଷ ଡାକ୍ତର ( ହୋମିଓପାଥିକ) : ୭୦୬
ଆୟୁଷ ଡାକ୍ତର (ୟୁନାନି): ୫୦୨
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ଡିସେମ୍ବର ୧ ତାରିଖ ୧୦ ଟାରୁ ଆରମ୍ଭ ହେବ । ଶେଷ ୨୧ ଡିସେମ୍ବର ସନ୍ଧ୍ୟା ୬ଟାରେ ହେବ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ବ୍ୟାଚଲର ଡିଗ୍ରୀ କରିଥିବା ଜରୁରୀ ।
ବୟସ ସୀମା : ଆବେଦନ କରିବା ପାଇଁ ସର୍ବାଧିକ ବୟସ ୪୨ ବର୍ଷ ରହିଛି । ତେବେ ଜାତିଭିତ୍ତିକ ପ୍ରମାଣପତ୍ର ଅନୁଯାୟୀ ବୟସ ସୀମା ଅଲଗା ଅଲଗା ରହିଛି ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ କମ୍ପ୍ୟୁଟର ପରୀକ୍ଷା ଏବଂ ଡକ୍ୟୁମେଣ୍ଟ ଭେରିଫିକେସନରେ ହେବ ।
ଆବେଦନ ଶୁଳ୍କ : ଇଚ୍ଛୁକ ଅଣସଂରକ୍ଷିତ/EWS/BC/EBC (ପୁରୁଷ) ପ୍ରାର୍ଥୀଙ୍କୁ ୫୦୦ ଟଙ୍କା ଦେବାକୁ ହେବ । ସେହିପରି ମହିଳା ପ୍ରାର୍ଥୀଙ୍କୁ ୨୫୦ ଟଙ୍କା ଦେବାକୁ ହେବ । ଅନୁସୂଚିତ ଜାତି/ଜନଜାତି ଏବଂ ବିହାର PwBD ପ୍ରାର୍ଥୀ ୨୫୦ ଟଙ୍କା ଦେବାକୁ ହେବ ।